ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ:(ବ୍ୟୁରୋ ରିପୋର୍ଟ୍) ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ଓ ଜଗମୋହନ ମରାମତି ଆବଶ୍ୟକ ବୋଲି କୋର୍ଟ ମିତ୍ର ରିପୋର୍ଟ ଦେଲେ। ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିଲେ ହାଇକୋର୍ଟ। ରତ୍ନଭଣ୍ଡାର ଖୋଲିବା ମାମଲାରେ ବି ହାଇକୋର୍ଟ ମାଗିଲେ ରିପୋର୍ଟ ।
୧୯୮୦ ମସିହାରୁ କାହିଁକି ରତ୍ନ ଭଣ୍ଡାର ଖୋଲା ଯାଇନାହିଁ ସେ ନେଇ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ହୋଇଥିବା ମାମଲାରେ ରିପୋର୍ଟ ଦାଖଲ କରିଛନ୍ତି କୋର୍ଟ ମିତ୍ର। ବାଲି କଢ଼ା କାର୍ଯ୍ୟ ଜାରି ରହିଛି ଓ ଏନେଇ ଖୁବଶୀଘ୍ର ଜବାବ୍ ଦାଖଲ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।