ଜରିପାଲ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ ; ସରକାରୀ ଯୋଜନା ସାତ ସପନ

ଜରିପାଲ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ ; ସରକାରୀ ଯୋଜନା ସାତ ସପନ

ଖୋର୍ଦ୍ଧା:(କାଞ୍ଚନ ଟିଭି) ଅସହାୟ ନିରାଶ୍ରୟ ଲୋକଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ତୃଣମୂଳ ସ୍ତରରେ ତାହା ପହଞ୍ଚି ପାରୁନି। ଏଭଳି ଚିତ୍ର ଖୋର୍ଦ୍ଧା ଜିଲ୍ଲା ରାଧାକାନ୍ତପୁର ଅଞ୍ଚଳରୁ ସାମ୍ନାକୁ ଆସିଛି । ମୋହିନୀପୁରରେ ଗୋଟିଏ ପରିବାର ଖୋଲା ଆକାଶ ତଳେ ଜରି ପାଲ ଟାଣି ରହୁଛନ୍ତି। ସେମାନଙ୍କ ପାଇଁ ପକ୍କାଘର ଏବେ ସାତ ସପନ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଧାକାନ୍ତପୁର ଅଞ୍ଚଳର ଅଭୟ ପରିଡ଼ା ୬୫ । ପୁଅ ବୋହୁ ନ ପଚାରି ବାରୁ ଦୀର୍ଘ ବର୍ଷ ହେଲା ରାଧାକାନ୍ତପୁର ସ୍ତ୍ରୀଙ୍କୁ ନେଇ ଜରି ପାଲ ତଳେ ରହୁଛନ୍ତି। ସେ ପୂର୍ବରୁ ବାର ଦୁଆର ବୁଲି ଅସ୍ଥାୟୀ ଭାବେ ରହୁଥିଲେ। କିଛି ମାସ ତଳେ କିଛି ସେହି ଗ୍ରାମ ଲୋକ ତାଙ୍କ ଦୟନୀୟ ଅବସ୍ଥା ଦେଖ୍ ଦୟାପରବଶ ହୋଇ ଏକ ଜରି ପାଲ ଟାଣି ତାଙ୍କ ପାଇଁ ଏକ ଅସ୍ଥାୟୀ ଘର ବନାଇଥିଲେ। ସେହି ଜରି ପାଲ ଘରେ ଅଭୟ ତାଙ୍କ ସ୍ତ୍ରୀ ସାଙ୍ଗରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି।

ନିଜର ଘରବାଡ଼ି କିଛି ନାହିଁ। ବର୍ଷବର୍ଷ ଧରି ସେମାନେ ସରକାରୀ ଜମିରେ ପଡ଼ିରହିଛନ୍ତି। ହେଲେ ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ଲୋକଙ୍କ ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନର ଅଣଦେଖା ସହ ବ୍ଲକ୍‌ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହା ନିମ୍ନସ୍ତରରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବ୍ଲକ୍‌ ଅଧୀନ ବଙ୍ଗିଦା ପଞ୍ଚାୟତରେ। ଦୀର୍ଘ ବର୍ଷଧରି ବଙ୍ଗିଦା ସ୍ଥିତ ପଡ଼ିଆରେ ବସବାସ କରି ଆସୁଛନ୍ତି। ପୂର୍ବରୁ ଏମାନେ ସେହି ଅଂଚଳରେ ନିର୍ମିତ କୁଡ଼ିଆ କରି ରହୁଥିଲେ ଯାହା ଏବେ ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ଓ ଏକ ପାନ ଦୋକାନ କରି ବିକ୍ରି କରୁଛନ୍ତି। ସେଥିରୁ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ପ୍ରତିପୋଷଣ କରୁଥିବା ମଞ୍ଜୁଲତା ପରିଡ଼ା ପ୍ରକାଶ କରିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା, ବିଜୁ ପକ୍କାଘର, ସୌଭାଗ୍ୟ ଯୋଜନା ଆଦି ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ସୌଭାଗ୍ୟ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଗରିବ ବ୍ୟକ୍ତିଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଥିବା ବେଳେ ଏମାନଙ୍କୁ ସେଥିରେ ସାମିଲ କରାଯାଉ ନାହିଁ। ସଞ୍ଜ ନଇଁଲେ ଏମାନଙ୍କ ପାଇଁ ଡିବିରି ଆଲୁଅ ଏକମାତ୍ର ସାହା ଭରସା ବୋଲି ଅଭୟ ପରିଡ଼ା ଓ ମଞ୍ଜୁଲତା ପରିଡ଼ା ପ୍ରକାଶ କରିଛନ୍ତି। କେତେକ ପରିଣତ ବୟସରେ ପହଞ୍ଚି ଥିଲେ ସୁଦ୍ଧା ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!