ଜିଏସଟି ରେଡ
ଭୁବନେଶ୍ୱର:(କାଞ୍ଚନଟିଭି) ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜୁଏଲାରୀ ଦୋକାନରେ ବଡ ଧରଣର ଜିଏସଟି ରେଡ କରାଯାଇଛି । କଟକ ନୟାସଡକ ଅଞ୍ଚଳରେ ଥିବା ଏକ ସୁନା ଦୋକାନ ସମେତ ୩ଟି ଫାର୍ମରେ କଟକ ଡିଭିଜନ ପକ୍ଷରୁ ଚଢଉ କରାଯାଇଛି । ୨୦ ଜଣିଆ ଟିମ ଏହି ରେଡରେ ସାମିଲ ହୋଇଛନ୍ତି । ଜିଏସଟିରେ ଅନିୟମିତତା ହୋଇଥିବା ନେଇ ଚଢାଉ କରାଯାଇଥିବା ଜଣାପଡିଛି । ଟ୍ରାକ୍ସ ଫାଙ୍କିବା ଅଭିଯୋଗରେ ବରଗଡର ଏକ ଜୁଏଲାରୀ ଦୋକାନରେ ଚଢାଉ କରାଯାଇଛି । ସେହିପରି ବାଲେଶ୍ୱରରେ ୪ଟି ସୁନା ଦୋକାନରେ କାଗଜପତ୍ରରେ ହେରଫେର ଅଭିଯୋଗରେ ଚଢାଉ କରାଯାଇଛି ।
ସମ୍ବଲପୁର ସହରର ମାରୁଆଡି ପଡାରେ ଥିବା ଏକ ଜୁଏଲାରୀ ଦୋକାନ ଉପରେ ଚଢଉ କରରାଯାଇଛି । ଦୋକାନ ମାଲିକ ଲକ୍ଷାଧିକ ଟଙ୍କାର ଟିମସ ଫାଙ୍କିଥିବା ଅଭିଯୋଗରେ ଚଢାଉ କରାଯାଇଛିି । ଭୁବନେଶ୍ୱର ଶାଖା ପକ୍ଷରୁ ନୟାଗଡ ଜଲା ଚାନ୍ଦପୁର ଅଞ୍ଚଳରେ ଥିବା ସୁନା ଦୋକାନରେ ଚଢାଉ କରାଯାଇଛି । ୧୨ ଜଣିଆ ଟିମ ଏହି ଚଢାଉରେ ସାମିଲ ହୋଇଥିଲେ । ଏ ନେଇ ଜିଏସଟି ଅଧିକାରର କହିଛନ୍ତି ଯେ ବିଭିନ୍ନ ଦେକାନର ଷ୍ଟକ ଭେରିଫିକେସନ ସହ କାଗଜପତ୍ର ଯାଞ୍ଚ କରାଯାଉଛି । ଯେଉଁମାନେ ଏଥିରେ ଖିଲାପ କରିଛନ୍ତି ସେମାନଙ୍କ ଉପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।