ଜିଲା ପ୍ରଶାସନ ଓ ଆକସନ ଏଡ ପକ୍ଷରୁ ପ୍ରତିରୋଧକ କର୍ମଶାଳା ଅନୁଷ୍ଠିତ

ଜିଲା ପ୍ରଶାସନ ଓ ଆକସନ ଏଡ ପକ୍ଷରୁ ପ୍ରତିରୋଧକ କର୍ମଶାଳା ଅନୁଷ୍ଠିତ

ବୌଦ୍ଧ:(ବ୍ୟୁରୋ ରିପୋର୍ଟ୍) ବୌଦ୍ଧଜିଲା ସମଗ୍ର ଶିକ୍ଷା ଅଭିଯାନ କନଫରେନସ ହଲ ଠାରେ ଜିଲା ପ୍ରଶାସନ ଓ ଆକସନ ଏଡ ପକ୍ଷରୁ ଶନିବାର ଦିନ ବାଲ୍ୟ ବିବାହ ପ୍ରତିରୋଧକ କର୍ମଶାଳା ମଞ୍ଚର ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ଚିକିତ୍ସା ଅଧିକାରୀ ସଂଘମିତ୍ରା ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କିଶୋର ମାନଙ୍କୁ ସୁଷମ ଖାଦ୍ୟ, ଆତ୍ମ କୌଶଳ ଓ ସଶକ୍ତି କରଣ ଉପରେ ବୁଝାଇଥିଲେ। ଲୋକକଳା ଅନୁଷ୍ଠାନର ପୁଷ୍ପିତା ପ୍ରଧାନ ନିମନ୍ତ୍ରିତ ଅତିଥି ଭାବରେଯୋଗଦେଇ କିଶୋରମାନଙ୍କୁ ବିଭିନ୍ନ କଳା କୌଶଳ ଓ ଆତ୍ମ ନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଡିପିସି ମିଶନଶକ୍ତି ଦେବ ବ୍ରତ ମିଶ୍ର କିଶୋର ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଦକ୍ଷତା ବିକାଶ ତାଲିମ ବିଷୟରେ ସୂଚନା ଦେଇଥିଲେ। ସିଡିପିଓ ହରଭଙ୍ଗା କିଶୋରୀମାନଙ୍କୁ ବାଲ୍ୟ ବିବାହ ସଚେତନତା କରାଇଥିଲେ। ସିଡିପିଓ ବୌଦ୍ଧ ଘରେ ଅଦରକାରୀପଦାର୍ଥରୁ କିପରି ସାଜସଜା ସାମଗ୍ରୀ ପ୍ରସ୍ତୁତ ହୋଇ ପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ବାଳିକା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ପିଲାଙ୍କୁ ସେମାନଙ୍କ ଅଂଚଳରେ ଥିବା ତହସିଲଭୁକ୍ତ ଜାତି ଓ ଉପଜାତି ର ପିଲାଙ୍କୁ ଜିଲା ଅଫିସ ସହିତ ଯୋଗାଯୋଗ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ବାଲ୍ୟବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ପରିଚାଳନା କରିଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!