ଥାଲାସେମିଆ ପୀଡ଼ିତ ଦୁଇ ସନ୍ତାନ କୁ ନେଇ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ନିମାଇଁଙ୍କ ପରିବାର

ଥାଲାସେମିଆ ପୀଡ଼ିତ ଦୁଇ ସନ୍ତାନ କୁ ନେଇ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ନିମାଇଁଙ୍କ ପରିବାର

ଆବାସ ଯୋଜନାରୁ ବଞ୍ଚିତ;ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ନିରାଶ

ଖୋର୍ଦ୍ଧା:(କାଞ୍ଚନଟିଭି/ମଳୟ ରଞ୍ଜନ ଦାସ)
ଗରୀବ ଶ୍ରେଣୀର ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏହା ବ୍ୟତୀତ ଚାଳ ଛପର ଘର ରାଜ୍ୟରେ କିମ୍ବା ଦେଶରେ ରହିବ ନାହିଁ ବୋଲି ବାହାସ୍ପଟ ମାରୁଛନ୍ତି। ଏହା ବ୍ୟତୀତ ଗାଁ କୁ ସାନ୍ନମାନ ମା କୁ କାମଆଳ ଦେଖାଇ ନେତାମାନେ ଭୋଟ ହାତେଇ ଥାଆନ୍ତି । କିନ୍ତୁ ବାସ୍ତବରେ ଲୋକେ ଘର ଖଣ୍ଡିଏ ପାଇବା ପାଇଁ କିପରି ନାକେଦମ ହେଉଛନ୍ତି ।

ଏହାର ସଦେୟ ଉଦାହରଣ ବ୍ଲକର ବାଙ୍ଗିଦା ଗ୍ରାମର ନିମାଇଁ ଚରଣ ମହାରଣାଙ୍କ ଭଙ୍ଗା ଘରକୁ ଦେଖିଲେ ସହଜରେ ପରଖି ହୁଏ। ଘର ଖଣ୍ଡିଏ ପାଇଁ ନିମାଇଁ ଫାଇଲିନ ବାତ୍ୟା ପରଠାରୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ନେହୁରା ହେବା ସତ୍ତ୍ୱେ ମଧ୍ଯ ଏଯାବତ ତାଙ୍କୁ ସରକାରୀ ସହାୟତା ମିଳି ପାରିନାହିଁ। ଫାଇଲିନ ବାତ୍ୟା ପରେ ରାଜସ୍ବ ବିଭାଗର କର୍ମଚାରିମାନେ ଯାଇ ଯାଞ୍ଚ କରିଥିଲେ ସତ କିନ୍ତୁ ମାତ୍ର ୧୯୦୦ ଟଙ୍କା ସହାୟତା ଦେଇ ଚୁପ ବସିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଅର୍ଥାତ ବ୍ଲକର କିଛି ଅସାଧୁ କର୍ମଚାରୀମାନେ ଫାଇଲକୁ ତଳେ ପକାଇ ଚାପି ରଖୁଥିବା ଅଭିଯୋଗ ସାଧାରଣରେ ହେଉଛି। ସୁଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ବାଙ୍ଗିଦା ପଞ୍ଚାୟତର ବାଙ୍ଗିଦା ଗ୍ରାମର ନିମାଇଁ ଚରଣ ମହାରଣା ଜଣେ ଗରୀବ ଖଟିଖିଆ ।

ତାଙ୍କର ଖଣ୍ଡେ ଚାଳ ଛପର ଘର ଥିଲା । ସେଥିରେ ନିମାଇଁ ତାଙ୍କ ପରିବାରକୁ ନେଇ ସୁଃଖ ଦୁଃଖରେ କାଳ କାଟି ଆସୁଥିଲେ ହେଲେ ଦଇବ ସହି ପାରିଲାନାହିଁ । ପ୍ରଥମରୁ ଦୁଇ ଥାଲାସେମିଆ ସନ୍ତାନକୁ ନେଇ ଦୁଃଖରେ ଚାଲି ଆସୁଥିବା ବେଳେ ବିଗତ ଫାଇଲିନ ବାତ୍ୟାର ତାଙ୍କର ସେଇ ଗରୀବ କୁଟୀର ଖଣ୍ଡିକ ବାତ୍ୟା ଛଡ଼ାଇ ନେଇଗଲା । ଯାହାର ସମୀକ୍ଷା କରିଥିଲେ ତତକାଳୀନ ବିଡ଼ିଓ ଓ ତହସିଲଦାର ଏବଂ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ । କିନ୍ତୁ କେତେକଙ୍କ ଘର ଭାଙ୍ଗିଥିବା ଲୋକଙ୍କୁ ସରକାରୀ ସହାୟତାରେ ମିଳିଲା। ହେଲେ ନିମାଇଁ ସେହି ସରକାରୀ ସୁବିଧାରୁ ଏଯାବତ ବଞ୍ଚିତ ଅଛନ୍ତୀ। ଏହାର ମୂଳ କାରଣ ନିମାଇଁ ପ୍ରଶାସନିକ ଅଧିକାରୀ ଓ କୁଜି ନେତାମାନଙ୍କୁ ହାତଗୁଞ୍ଜା ଦେଇ ପାରିନାହାଁନ୍ତି ବୋଲି ସରକାରୀ ସହାୟତାରୁ ସେ ବଞ୍ଚିତ ଥିବା ଅଞ୍ଚଳବାସୀ ପ୍ରକାଶ କରୁଛନ୍ତି।

ଏହା ମଧ୍ୟରେ ଫାଇଲିନ ବାତ୍ୟା ପରେ ପୁଣି ତାଙ୍କୁ ଫନୀ ବାତ୍ୟା ମଧ୍ଯ ତାର ଗାରିମାର ପୀଡ଼ିତ ଗ୍ରାସ କରିଛି। ଯାହା ଫାଇଲିନ ଛଡ଼ାଇ ନେଇଥିଲା ବଳକା ଫନୀ ଛଡ଼ାଇ ନେଇଛି । ପରେ ପରେ ଚଳିତ ବର୍ଷର ଲଗାଣ ବର୍ଷା ତାଙ୍କୁ ନୟାନ୍ତ କରିଦେଇଛି। ନିମାଇଁ ଜଣେ କଳାକାର ହୋଇଥିବାବେଳେ ନିଜର ପରିବାର ପୋଷଣ ପାଇଁ ଖଣ୍ଡିଏ ପାନ ଦୋକାନ ଦେଇ ପରିବାର ପୋଷଣ କରୁଛନ୍ତି। ସେଥିରୁ ତାଙ୍କର ଯାହା ରୋଜଗାର ହୋଇଥାଏ ତାହା ଦୁଇ ପିଲାଙ୍କ ରୋଗରେ ଖର୍ଚ୍ଚ ହୁଏ। ଯାହା ଫଳରେ ତାଙ୍କୁ ସ୍ୱଳ୍ପ ରୋଜଗାରରେ ପରିବାର ପୋଷଣ କଷ୍ଟ ହୋଇଯାଏ। ନିମାଇଁଙ୍କର ଗୋଟିଏ ପୁତ୍ର ସନ୍ତାନ ଥିବା ବେଳେ ଗୋଟିଏ କନ୍ୟା ସନ୍ତାନ ତେବେ ଦୁଇଟି ଯାକ ସନ୍ତାନ ଥାଲାସେମିଆ ରୋଗରେ ପୀଡିତ । ଏହିପରି ଦୁଃଖ କଷ୍ଟରେ ପିଲା ଛୁଆଙ୍କ ପ୍ରତି ପୋଷଣ କରୁଥିବା ବେଳେ ଦଇବ ତାଙ୍କୁ ଏକ ଦାରୁଣ ଦୁଃଖ ଲଦି ଦେଇଛି। ତଥାପି ସେ ହାରି ନାହାନ୍ତି ସଂଘର୍ଷ ଜାରୀ ରଖିଛନ୍ତି । ସେହି ଭଙ୍ଗା ଦଦରା ଘରେ କିଛି ବାଉଁଶର ଫାଇଲିନ ସହାୟତା ସମୟରେ ମିଳିଥିବା ଜରିପାଲ ଖଣ୍ଡେରେ ଚାରି ପ୍ରାଣୀ କୁଟୁମ୍ବଙ୍କ ନେଇ ଜୀବନ କାଟୁଛନ୍ତି । ଇତି ମଧ୍ୟରେ ଫାଇଲିନ , ଫନୀ ଓ ବାତ୍ୟା ପରି ଝଡ ବାତ୍ୟା ଆଗରେ ମଥାପାତି ନିମାଇଁ ସାହସର ସହିତ ପରିବାର ବୋଝକୁ ସଂସାର ନଇରେ ବୁହାଉଛନ୍ତି ।

ଘର କରିବାକୁ କୁଜୀ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଚାଲିଛନ୍ତି କିନ୍ତୁ ସହାୟତା ନିମାଇଁଙ୍କ ପାଖ ମାଡୁନାହିଁ। ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମିଥ୍ୟା ପ୍ରତିଶ୍ରୁତିରେ ୧୦ ବର୍ଷ ବିତିଯାଇଛି। ଏହା ବ୍ୟତୀତ ନିମାଇଁଙ୍କ ପାଖରେ ସରକାରୀ ସହାୟତା ଏ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ଦୁଇ ସନ୍ତାନ ହାଣ୍ଡିକ୍ୟାପ୍ଟ ଥିଲେ ମଧ୍ଯ ପ୍ରଶାସନିକ ଅଧିକାରୀ ମାନେ ତାଙ୍କ ଗୁହାରି ଶୁଣିବାକୁ ନାରାଜ । ତେବେ ନିମାଇଁ ସ୍ଵାଧୀନ ଦେଶର ନାଗରିକ ହୋଇ ପରାଧୀନ ପରୀ ବଞ୍ଚୁଛନ୍ତି ପ୍ରକାଶ କରିଛନ୍ତି । ୱାର୍ଡ ମେମ୍ବରର ଠାରୁ ଆରମ୍ଭ କରି ସରପଞ୍ଚ ଓ ବିଡ଼ିଓ ଙ୍କୁ ବହୁବାର ଗୁହାରୀ କରି ସାରିଲେଣି। ଶେଷରେ ନିମାଇଁ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ସେଇ ଭଙ୍ଗା ଦଦରା ଘରେ ପଡିଛନ୍ତି। ନିମାଇଁଙ୍କ ଆବେଦନ ଯଥାର୍ଥ ଥିବା ବେଳେ ଖୋର୍ଦ୍ଧା ବ୍ଲକ ଅଧିକାରୀ ନିମାଇଁ ଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଓ ଅନ୍ୟାନ୍ୟ ସରକାରୀ ସହାୟତାରେ ଯୋଡିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!