ଦଶରଥପୁରରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଦଶରଥପୁରରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କୟାଁଗୋଲା :(କାଞ୍ଚନ ଟିଭି) ଦଶରଥପୁର ବ୍ଲକ ମଙ୍ଗଳପୁର ବଜାର ସ୍ଥିତ ଶକ୍ତି ମଣ୍ଡପ ଠାରେ ରବିବାର ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ହରିହର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସଭାପତି ବିଭୁତି ଭୂଷଣ କର, ମୁଖ୍ୟ ବକ୍ତାଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ସମ୍ମାନିତ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ରାଜ୍ୟ ଉପସଭାପତି ପ୍ରଦୀପ ତ୍ରିପାଠୀ, ରାଜ୍ୟ କୋଷାଧକ୍ଷ ରାଜନ ଚୌଧୁରୀ, ରାଜ୍ୟ ସମ୍ପାଦକ ବିଶ୍ୱଜିତ ନାୟକ, ରାଜ୍ୟ ଉପଦେଷ୍ଟା ବଙ୍କିମ ଚନ୍ଦ୍ର ନାୟକ,ଉପଦେଷ୍ଟା ବିଶ୍ୱନାଥ ପଣ୍ଡା, ଶୃଙ୍ଖଳା କମିଟିର ଅଧକ୍ଷ ରବିନାରାୟଣ କର, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ଦଶରଥପୁର ବ୍ଲକ ସଂଘର ସଭାପତି ଦେବେନ୍ଦ୍ର ସାମଲ,ଉତ୍କଳ ସାମ୍ବାଦିକ ସଙ୍ଘ ଦଶରଥପୁରର ସମ୍ପାଦକ ଜୟପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ଉତ୍କଳ ସାମ୍ବାଦିକ ସଙ୍ଘ ସବୁବେଳେ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଆସୁଛି ଓ ଆଗାମି ଦିନରେ ଏହି ଲଢେଇକୁ ଆହୁରି ଜୋରଦାର କରାଯିବ ବୋଲି ସଂଘର ରାଜ୍ୟ ସଭାପତି ଶ୍ରୀ କର ମତ ପ୍ରକାଶ କରିଥିଲେ | ଏହାପରେ ଜିଲ୍ଲା ସଂଘ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା କରାଯିବା ସହ ନୂତନ ଜିଲ୍ଲା କମିଟିର କାର୍ଯ୍ୟ କର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିଲା | ଯାଜପୁର ମୁନିସିପାଲିଟିରୁ ଭରତ ନାୟକ, ବ୍ୟାସନଗରରୁ ଯଜ୍ଞଦତ ତ୍ରିପାଠୀ, ଧର୍ମଶାଳା ବ୍ଲକରୁ ଅଶୋକ ଦାସ, କୋରେଇ ବ୍ଲକରୁ ଆଶୁତୋଷ ମହାନ୍ତି, ରସୁଲପୁର ବ୍ଲକରୁ ମନୋଜ କୁମାର ନାୟକ, ବିଂଝାରପୁର ବ୍ଲକରୁ ଜିତେନ୍ଦ୍ର ବେହେରା, ଦାନଗଦି ବ୍ଲକରୁ ସୁବାଶିଷ ଦାସ ମହାପାତ୍ର, ଦଶରଥପୁର ବ୍ଲକରୁ ଦେବେନ୍ଦ୍ର ସାମଲ, ଯାଜପୁର ବ୍ଲକରୁ କୃଷ୍ଣ ଚନ୍ଦ୍ର ନାୟକ, ବରି ବ୍ଲକରୁ ସୁରେଶ କର, ସୁକିନ୍ଦା ବ୍ଲକରୁ ଅସିତ ମହାନ୍ତି, ବଡ଼ଚଣା ବ୍ଲକରୁ ଗୁଲାମ ଆଲିଫ ପ୍ରମୁଖଙ୍କୁ ବ୍ଲକ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା | ସେହିପରି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ପିତବାସ ଭୁଆଁ, କାର୍ଯ୍ୟକାରୀ ସଭାପତି ଭାବେ ରଙ୍ଗ ବଲ୍ଳଭ ସାହୁ, ଲମ୍ବୋଦର ଦଳ ବେହେରା, ଦେବବ୍ରତ ଦେବତା, ଉପସଭାପତି ଭାବେ ବାଞ୍ଛାନିଧି ସାହୁ, ପବିତ୍ର ରଞ୍ଜନ ମହାନ୍ତି, ପ୍ରମୋଦ ଜେନା, କପିଳେନ୍ଦ୍ର ରାଉତ, ଜିଲ୍ଲା କୋଷାଧକ୍ଷ ଭାବେ ସଞ୍ଜୟ କର, ସଙ୍ଗଠନ ସମ୍ପାଦକ ଭାବେ କଳ୍ପତରୁ ପଣ୍ଡା, ସମ୍ପାଦକ ଭାବେ ଅଜୟ ଜେନା, ଜ୍ୟୋତିପ୍ରକାଶ ମିଶ୍ର, ସୁବାଶିଷ ରାଉତ, ରବୀନ୍ଦ୍ର ସାମଲ, କ୍ଷୀରୋଦ ମୁଦୁଲି, ପ୍ରତାପ କେଶରି ରାଉତ ରାୟ, ସହସମ୍ପାଦକ ଭାବେ ଚନ୍ଦ୍ର ଶେଖର ପୃଷ୍ଟି, ମନୋଜ ରଣା, ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ପ୍ରଦୀପ ଚାନ୍ଦ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଥିଲା | ଏହା ପରେ ଦଶରଥପୁର ବ୍ଲକସଙ୍ଘ ପକ୍ଷରୁ ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରୀ ଉଲ୍ଲେଖନିୟ ସେବା କ୍ଷେତ୍ରରେ ଅବସର ପ୍ରାପ୍ତ ଡାକ୍ତର ଗୋପାଳ ଚନ୍ଦ୍ର ମିଶ୍ର, ମଙ୍ଗଳପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିନ୍ଦୁସାଗର ସାମଲ, ଡାକ୍ତର ରାଜେନ୍ଦ୍ର ପୃଷ୍ଟି, ଡାକ୍ତର ଅମ୍ରିତା ପ୍ରିତମ ମଲ୍ଲ, ଡ଼ଲଫିନ ଡ୍ୟାନ୍ସ ଗ୍ରୁପ ଏଣ୍ଡ ସ୍କୁଲର ନିର୍ଦେଶକ ତଥା ସମାଜସେବୀ ମିହିର କୁମାର ମଲ୍ଲିକ, ଉଦ୍ୟଗପତି କୃଷ୍ଣ ଚନ୍ଦ୍ର ପୃଷ୍ଟି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲେଖକ ଶୁଭେନ୍ଦୁ କୁମାର ମହାପାତ୍ରଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ ଦଶରଥପୁର ପକ୍ଷରୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରି ସଭା କାର୍ଯ୍ୟ ଆରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଜିଲ୍ଲା ସଂଘର ପୂର୍ବତନ ଉପଦେଷ୍ଟା ଜୟନାରାୟଣ ମହାପାତ୍ରଙ୍କ ବିୟୋଗରେ ୧ ମିନିଟ ଶୋକ ପାଳନ କରାଯାଇଥିଲା | ଡ଼ଲଫିନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ଦଶରଥପୁର ସଂଘର ସମ୍ପାଦକ ଜୟପ୍ରକାଶ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଶେଷରେ ସଂଘର ସଭାପତି ଦେବେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ଉତ୍କଳ ସାମ୍ବାଦିକ ସଙ୍ଘ ଦଶରଥପୁରର କୋଷାଧକ୍ଷ ପ୍ରତାପ ମଲ୍ଲିକ, କାର୍ଯ୍ୟକର୍ତ୍ତା ସୀତାଂଶୁ ଶେଖର ଯେନା, ମନୋରଞ୍ଜନ ମଲ୍ଲିକ, ବିଜୟ ରାଉତ, ସତ୍ୟରଞ୍ଜନ ସାହୁ, ସୁରେଶ ସେଠି,ସରୋଜ ପଣ୍ଡା, ସରୋଜ ପୃଷ୍ଟି, ସଞ୍ଜୟ ରାୟ ପ୍ରମୁଖ ସହଯୋଗ କରିଥିଲେ |

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!