ଦୁର୍ନୀତି ବିରୋଧରେ ଚନ୍ଦ୍ରଭାଗା ମତ୍ସ୍ୟଜୀବୀ ସଂଘ ତରଫରୁ ପୁରୀ ଭିଜିଲାନ୍ସ ଅଫିସ୍ ଓ ମତ୍ସ୍ୟ ଅଧିକାରୀ ଅଫିସ୍ ଘେରାଉ।
ପୁରୀ:(କାଞ୍ଚନ ଟିଭି) ପୁରୀ ରେ ମତ୍ସଜୀବୀଙ୍କୁ ଋଣ ଯୋଗାଇ ଦେବା ନାମରେ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ। ମତ୍ସ୍ୟଜୀବିଙ୍କୁ ଇଞ୍ଜିନ ,ଜାଲ ,ଡଙ୍ଗା ଯୋଗାଇ ଦେବା ପାଇଁ ଆସିଥିବା ଋଣ ରେ ହୋଇଚି ବ୍ୟାପକ ଜାଲିଆତି ।ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗର କିଛି କର୍ମଚାରୀ,ବ୍ୟାଙ୍କ କର୍ମଚାରୀ ଏବଂ କେପି କଂଷ୍ଟ୍ରକ୍ସନ ଓ ସାରିନ ଏଣ୍ଟର ପ୍ରାଇଜର୍ସ ନାମକ ଦୁଇ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆଣିଛି ସାଗରପୁତ୍ର ମତ୍ସଜୀବୀ ସୋସାଇଟି।ପ୍ରାୟ 900 ମତ୍ସ୍ୟଜୀବୀଙ୍କ ନାମରେ ଏଭଳି ଘୋଟାଲା ହୋଇଥିବା ଅଭିଯୋଗ କରିଛି ସୋସାଇଟି।
ଘଟଣା ର ଭିଜିଲାନ୍ସ ତଦନ୍ତ ଦାବି ରେ ପୁରୀ ଭିଜିଲାନ୍ସ ଅଫିସ ଆଗରେ ମତ୍ସ୍ୟଜିବି ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଗତ 2013 ମସିହାରୁ ପୁରୀ ଜିଲ୍ଲା ର ମତ୍ସ୍ୟଜୀବୀଙ୍କ ନାଁରେ ଲୋନ କରାଯାଇ ପ୍ରାୟ 10 କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଜାଲିଆତି ହୋଇଥିବା ଅଭଯୋଗ ହୋଇଛି ।ଆଜି ଏନେଇ ସାଗର ପୁତ୍ର ମତ୍ସ୍ୟଜୀବୀ ସୋସାଇଟି ଓ ଜଗନ୍ନାଥ ସେନା ମିଳିତ ଭାବରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟଳୟରେ ମଧ୍ୟ ଉପରୋକ୍ତ ସଂସ୍ଥା ନାଁରେ ବିରୋଧ ପ୍ରଦର୍ଶନ କରିଥିଲେ।ଜିଲ୍ଲା ଭିଜିଲାନ୍ସ ଅଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ଏନେଇ ଅଭିଯୋଗ କରିଛି ସଙ୍ଘ ।ଋଣ ଜାଲିଆତି କରିଥିବା ଦୁଇ ସଂସ୍ଥା ଓ ବ୍ୟକ୍ତି ମାନଙ୍କୁ ଭିଜିଲାନ୍ସ ତଦନ୍ତ କରିବାକୁ ସୋସାଇଟି ନିବେଦନ କରିଛି ।ତେବେ ଗରିବ ମତ୍ସଜୀବୀ ମାନଙ୍କ ନାମରେ ଋଣ ଟଙ୍କା ବ୍ୟାଙ୍କ ରେ ଗଡୁଥିବା ବେଳେ ନିଜ ପେଟ ପୋଷି ପାରୁନଥିବା ଏହି ମତ୍ସଜୀବୀ ମାନେ ବ୍ୟାଙ୍କକୁ ଟଙ୍କା କେମିତି ପୈଠ କରିବେ,ପ୍ରଶ୍ନ କରିଛନ୍ତି ।
ସେପଟେ ଏ ବାବଦରେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁଧାଂଶୁ ମଲ୍ଲିକ। ତେବେ ଦୁର୍ନୀତି ରେ ସଂପୃକ୍ତ ଥିବା ଅଧିକାରି ଓ ବ୍ୟକ୍ତି ବିଶେଷ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ ନିଆନଗଲେ ଆଗାମୀ ଦିନ ରେ ଆଇନଗତ ଲଢେଇ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହେବୁ ବୋଲି ମତ୍ସ୍ୟଜିବି ଚେତାବନୀ ଦେଇଛନ୍ତି।