ଦୃଷ୍ଟି IAS କୋଚିଂ ସେଣ୍ଟରକୁ ଲାଗିଲା କୁଦୃଷ୍ଟି

ଦୃଷ୍ଟି IAS କୋଚିଂ ସେଣ୍ଟରକୁ ଲାଗିଲା କୁଦୃଷ୍ଟି

ନୂଆଦିଲ୍ଲୀ: ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏସଏସ ଷ୍ଟଡି ସର୍କଲ ବେସମେଣ୍ଟରେ ପାଣି ପଶିବା ଯୋଗୁଁ ତିନି ଛାତ୍ରଙ୍କ ମୃତ୍ୟୁ ପରେ ଦିଲ୍ଲୀ ନଗର ନିଗମ ଅଧିକାଂଶ କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କ୍ରମରେ ନେହେରୁ ବିହାର ବର୍ଦ୍ଧମାନ ମଲ୍‌ର ବେସମେଣ୍ଟରେ ଚାଲିଥିବା ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରକୁ ସିଲ୍‌ କରିଦିଆଯାଇଛି । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି କୋଚିଂ ସେଣ୍ଟର ଲୋକପ୍ରିୟ ଅଟେ। ଆଇଏଏସ ସେବାରୁ ସ୍ବେଚ୍ଛାକୃତ ଅବସର ନେବାପରେ ଦିଲ୍ଲୀରେ ଆଇଏଏସ ଆଶାୟୀଙ୍କ ପାଇଁ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ଖୋଲିଛନ୍ତି ବିକାଶ ଦିବ୍ୟକିର୍ତ୍ତୀ ।

ଏହା ପୂର୍ବରୁ ରବିବାର ଦିନ ପାଖାପାଖି ୧୩ଟି କୋଚିଂ ସେଣ୍ଟର ସିଲ୍‌ କରାଯାଇଥିଲା ।ଏହି ସମସ୍ତ କୋଚିଂ ସେଣ୍ଟର ନିୟମର ଉଲଙ୍ଘନ କରିଥିବାରୁ ଦିଲ୍ଲୀ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!