ଧଉଳି ପବ୍ଲିକେଶନ୍ସର ପୁସ୍ତକ ଉନ୍ମୋଚନ ସମାରୋହ

ଧଉଳି ପବ୍ଲିକେଶନ୍ସର ପୁସ୍ତକ ଉନ୍ମୋଚନ ସମାରୋହ

ତ୍ୟାଗ ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ଡାକ୍ତର କାଶୀନାଥ : ପ୍ରଫେସର ଦାଶ ବେନହୁର
ଭୁବନେଶ୍ୱର (କାଞ୍ଚନଟିଭି/ରୂପାଲି ନାୟକ): ଧଉଳି ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ ଡାକ୍ତର କାଶୀନାଥ ନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ “ମାଇଁ ଭିଲେଜ ଲାଇଫ ଆଣ୍ଡ ବେୟଣ୍ଡ ” ବୁଧବାର ସୂଚନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାଷାବିତ ତଥା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ସଭାକୁ ଗୌରବାନ୍ୱିତ କରିବା ସହ ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପଠନ, ଲିଖନର ଅଭାବ ପରିଗଣିତ ହେଉଥିବାର ପ୍ରକାଶ କରିଥିଲେ l

କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଡାକ୍ତର ଦେବାଶିଷ ମିଶ୍ର ଲେଖକ କାଶୀନାଥ ନାୟକଙ୍କ ସମ୍ପର୍କରେ ବକ୍ତବ୍ୟ ରଖି କିପରି ଡାକ୍ତର ନାୟକ ଗୋପବନ୍ଧୁଙ୍କ ଭଳି ଉଦାର ଚରିତ୍ରର ମଣିଷଟିଏ ଥିଲେ, ସେ ସମ୍ପର୍କରେ ଆଲୋଚନା କରିଥିଲେ l ଡାକ୍ତର କାଶୀନାଥ କିଭଳି ତ୍ୟାଗ ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେ ସମ୍ପର୍କରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର ସଭାରେ ବ୍ୟାଖ୍ୟା କରିଥିଲେ l ମୁଖ୍ୟ ବକ୍ତା ଭାବେ ପ୍ରଫେସର ଯତୀନ ନାୟକ ଯୋଗ ଦେଇ କହିଲେ କି ଏହି ଭଳି ପୁସ୍ତକ ବର୍ତ୍ତମାନ ସମାଜରେ ବହୁ କମ ସଂଖ୍ୟାରେ ଉପଲବ୍ଧ ବୋଲି ଅଭିଭାଷଣ ରଖିଥିଲେ l ତେଣୁ ଆଜିର ଯୁବପିଢ଼ି ଏଭଳି ପୁସ୍ତକ ପଢିବା ନିତାନ୍ତ ଆବଶ୍ୟକତା ରହିଛି l ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଓ ମେଜର ତଥା ବରିଷ୍ଠ ଐତିହାସିକ ପ୍ରଫୁଲ କୁମାର ପାତ୍ର ଉଦବୋଧନ ଦେଇଥିଲେ l

ସମୀକ୍ଷା ଖବରକାଗଜର ସମ୍ପାଦକ ତଥା ପ୍ରକାଶକ ଡ଼ଃ ମହେଶ୍ୱର ସ୍ୱାଗତ ଭାଷଣ ଏବଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ନାଚୁଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଅରୁଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ପରିଚାଳନାରେ ଧଉଳି ପବ୍ଲିକେଶନ୍ସର ସଦସ୍ୟ ରବୀନ୍ଦ୍ର ବିଶ୍ୱାଳ, ଜ୍ଞାନ ରଞ୍ଜନ ମଲିକ ଏବଂ ସାମ୍ବାଦିକ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ l

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!