ନାଏବ ସରପଞ୍ଚଙ୍କୁ ହତ୍ୟା ଧମକ , ସରପଞ୍ଚଙ୍କ ବିରୋଧରେ ଫେରାଦ
ହିନ୍ଦୋଳ:(କାଞ୍ଚନ ଟିଭି) ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶ ପୋଖରୀ ପଞ୍ଚାୟତ ନୂଆକୋଟ ଗ୍ରାମର ନାଏକ ସରପଞ୍ଚ ଘଣ୍ଟି ନାୟକଙ୍କ ଘରେ ପଶି ବାଉଁଶପୋଖରୀର ସରପଞ୍ଚ ରଣଜିତ ପ୍ରଧାନ ଅଶାଳୀନ ବ୍ୟବହାର କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇ ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ବାଉଁଶ ପୋଖରୀ ପଞ୍ଚାୟତରେ ଦୀର୍ଘ ଦିନ ନେଇ ପଞ୍ଚାୟତର ନାଏକ ସରପଞ୍ଚ ଘଣ୍ଟି ନାୟକ ସମେତ ୮ଜଣ ୱାର୍ଡ ସଭ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ପଞ୍ଚାୟତରେ ଦୀର୍ଘ ୮ମାସ ହେବ ବୈଠକ ନ ବସିବା ଓ ୩୬ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଥିଲେ। ସେହିଦିନ ଠାରୁ ପଞ୍ଚାୟତରେ ବିଶୃଙ୍ଖଳା ଲାଗି ରହିଥିବା ବେଳେ ପଞ୍ଚାୟତର ସରପଞ୍ଚ ରଣଜିତ ପ୍ରଧାନ ଘଣ୍ଟି ନାଏକ ଘରେ ଏକାଥିବାବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ମନ୍ତବ୍ୟ ଦେଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଘଣ୍ଟି ନାୟକ ପାଟି କରିବାରୁ ସାହି ପଡ଼ିଶା ଲୋକ ଆସିବା ଭୟରେ ରଣଜିତ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ଏ ନେଇ ଘଣ୍ଟି ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏସମ୍ପର୍କରେ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ଘଣ୍ଟି ନାୟକଙ୍କ ଠାରୁ ଗତ ରାତିରେ ଗୋଟିଏ ଅଭିଯୋଗ ପାଇଛୁ ଏବଂ ସରପଞ୍ଚ ରଞ୍ଜିତ ପ୍ରଧାନ ମଧ୍ଯ ଘଣ୍ଟି ନାୟକଙ୍କ ନାମରେ ଆଜି ସକାଳେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯାଉଛି ।