ନୂଆ ନମ୍ବର୍ ପ୍ଲେଟ୍ ନେଇ ପରିବହନ ଆୟୋଗଙ୍କୁ ରାଜ୍ୟ ସରକାରଙ୍କ ଚିଠି
ଭୁବେନେଶ୍ବର:(କାଞ୍ଚନଟିଭି)ପୁରୁଣା ଯାନରେ ହାଇ ସିକୁ୍ୟରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ନେଇ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡିଗୁଡିକରେ ଏଚଏସଅ ।ରପି ଲଗାଇବା ପାଇଁ ଧାର୍ଯ୍ୟ ସମୟ ସୀମା ଉପରେ ପୁନଃ ବି·ର କରିବାକୁ କୁହାଯାଇଛି । ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ସହ ବିଭିନ୍ନ ଫୋରମରେ ଲୋକମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି । ଲୋକଙ୍କ ସମସ୍ୟା ନେଇ ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଛି । ଏହା ପରେ ତଦନୁଯାୟୀ ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଏହି ପ୍ରସଙ୍ଗରେ ପରିବହନ କମିଶନର ଅରୁଣ ବୋଥ୍ରାଙ୍କୁ ଏକ ଚିଠି ଲେଖିଛନ୍ତି ।
ଲୋକମାନେ ଅନଲାଇନ ପଞ୍ଜିକରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସରକାରଙ୍କ ନଜରକୁ ଆସିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଏଭଳି ନମ୍ବର ପ୍ଲେଟ ଲଗାଇବାକୁ ଅସମର୍ଥ ଅଟନ୍ତି । କେତେକ କ୍ଷେତ୍ରରେ, ବୁକିଂ ସ୍ଲଟ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଲବ୍ଧ ହେଉନାହିଁ । ଅନଲାଇନରେ ବୁକିଂ ସିଷ୍ଟମ ଏବଂ ନମ୍ବର ଲଗାଇବା କେନ୍ଦ୍ର ସହଜରେ ଉପଲବ୍ଧ ନଥିବାରୁ ଦୁର୍ଗମ ଅଞ୍ଚଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ କ୍ଷେତ୍ରରେ ଯାନବାହାନ ଉତ୍ପାଦକ ସେମାନଙ୍କର ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି । ସେହି ଗାଡି ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ଏଚଏସଆରପି ବୁକିଂ ପାଇଁ ପୋର୍ଟାଲରେ କୌଣସି ସୁବିଧା ଉପଲବ୍ଧ ନାହିଁ ।
ଏହାକୁ ଦୃଷ୍ଟିରେ ରଖି ପରିବହନ କମିଶନରଙ୍କୁ ପୁରୁଣା ଯାନ ସଂଖ୍ୟା, ଏଚଏସଆରପି ଉତ୍ପାଦନ କ୍ଷମତା, ଗୋଟିଏ ଦିନରେ ଏଚଏସଆରପି ପ୍ରସ୍ତୁତ ଏବଂ ଲଗାଇବା ତଥା ଏହିପରି ସମସ୍ତ ପୁରୁଣା ଯାନରେ ଏଚଏସଆରପି ଲଗାଇବା ପାଇଁ ଆବଶ୍ୟକ ହେଉଥିବା ସମୟ ହିସାବ କରିବାକୁ କୁହାଯାଇଛି । ଗାଡି ଗୁଡିକରେ ନମ୍ବର ପ୍ଲେଟଗୁଡିକ ଲଗାଇବା ପାଇଁ ଏଚଏସଆରପି ନିର୍ମାତାଙ୍କ ସହ ପରାମର୍ଶ କରି ପଦକ୍ଷେପ ନେବାକୁ ବିଭାଗ ନିଦେ୍ର୍ଦଶ ଦେଇଛି । ଯାହାର ମୂଳ ନିର୍ମାତା ଏହି ସମୟ ମଧ୍ୟରେ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ଏହା ବ୍ୟତୀତ ପରିବହନ କମିଶନରଙ୍କୁ ଉତ୍ପାଦକଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ହାଇ ସିକୁ୍ୟରିଟି ନମ୍ବର ପ୍ଲେଟଗୁଡିକ କେନ୍ଦ୍ରୀୟ ମୋଟରଯାନ ନିୟମ, ୧୯୮୯ ର ନିୟମ ୫୦ ପାଳନ କରୁଛି, ଆରଟିଓ ମାଧ୍ୟମରେ ତାହା ନିଶ୍ଚିତ କରିବାକୁ କୁହାଯାଇଛି ।