ପିଆଜ ଦର ଆକାଶ ଛୁଆଁ , ମନ୍ତ୍ରୀ ଦେଲେ ଏଭଳି ପ୍ରତିକ୍ରିୟା …

ପିଆଜ ଦର ଆକାଶ ଛୁଆଁ , ମନ୍ତ୍ରୀ ଦେଲେ ଏଭଳି ପ୍ରତିକ୍ରିୟା …

ଭୁବନେଶ୍ୱର: ଆଳୁ ପରେ ପଡ଼ିଛି ଏବେ ପିଆଜର ପାଳି । ପିଆଜର ଦର କନ୍ଦାଇଲାଣି ଗ୍ରାହକଙ୍କୁ। କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୬୫ ରେ ପହଞ୍ଚିଲାଣି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଲାଣି । ମାସକ ତଳେ ଯେଉଁ ପିଆଜ କିଲୋଗ୍ରାମ ପିଛା ୪୦ ଟଙ୍କା ଥିଲା ଏବେ ଆସି ପହଞ୍ଚିଲାଣି ୬୫ରେ ।
ପିଆଜ କଥା ଶୁଣିଲେ ଗ୍ରାହକଙ୍କ ଆଖିରୁ ପାଣି ବାହାରି ପଡ଼ୁଛି । ଭୁବନେଶ୍ୱରର ବିଭିନ୍ନ ମାର୍କେଟର ଏବେ ପିଆଜ ଦର ୬୦ ରୁ ୬୫ ଟଙ୍କା। ପିଆଜ ଦର ବଢ଼ୁଥିବା ସମୟରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଓଡ଼ିଶା ସମେତ ଭାରତରେ ପିଆଜର ଦର ବୃଦ୍ଧି ଜାରି ରହିଛି ।
ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ଆଜି ଏହିଭଳି ସ୍ଥିତି ଉପୁଜିଛି। ଖୁବ୍‌ଶୀଘ୍ର ନୂଆ ଫସଲ ଆସିବ । ଆଉ ସ୍ଥିତି ମଧ୍ୟ ସୁଧୁରିବ । ଯେହେତୁ ଆମ ରାଜ୍ୟ ଆଳୁ ଓ ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଏ । ସେଥିପାଇଁ ସ୍ଥିତିକୁ ସଜାଡିବାକୁ ସମୟ ଲାଗିବ ବୋଲି କହିଛନ୍ତିି ମନ୍ତ୍ରୀ ।
ସେ ଆହୁରି କହିଛନ୍ତିି ଓଡ଼ିଶାରେ ବର୍ତ୍ତମାନ ଶୀତଳଭଣ୍ଡାର ନାହିଁ । ରାଜ୍ୟର ୫୮ଟି ସବ୍ ଡିଭିଜନ୍‌ରେ କୋଲ୍ଡ ଷ୍ଟୋର ନିର୍ମାଣ କରାଯିବ । ଯାହା ଆଗକୁ ଏହିଭଳି ସ୍ଥିତିର ମୁକାବିଲା କରିବା ପାଇଁ ସହାୟ ହେବ ବୋଲି ସେ କହିଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!