ପୁଣି ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍ ;ଟ୍ରାକରୁ ଖସିଲା ହାୱଡା – ମୁମ୍ବାଇ ଏକ୍ସପ୍ରେସ

ପୁଣି ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍ ;ଟ୍ରାକରୁ ଖସିଲା ହାୱଡା – ମୁମ୍ବାଇ ଏକ୍ସପ୍ରେସ

ଚକ୍ରଧରପୁର: ପୁଣି ଥରେ ଝାଡଖଣ୍ଡର ଚକ୍ରଧରପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏଠାରେ ହାୱଡାରୁ ମୁମ୍ବାଇ ଯାଉଥିବା 12810 Howrah-CSMT ମେଲର ଅନେକ କୋଚ୍ ଅଲଗା ହୋଇଯାଇଛି। କୁହାଯାଉଛି ଯେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌ । ଏହି ଦୁର୍ଘଟଣା ପରେ ଅନେକ ବଗି ଟ୍ରାକରୁ ଓଲଟି ପଡିଥିବା ଦେଖିବାକୁ ମିଳିଛି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ହାୱଡା-ମୁମ୍ବାଇ ରେଳ ଲାଇନର ଚକ୍ରଧରପୁର ନିକଟରେ ଥିବା ପୋଲ ନମ୍ବର ୨୧୯ ନିକଟରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ସକାଳେ ଘଟିଥିବା ଏହି ଘଟଣାରେ ଟ୍ରେନର ୧୮ ଟି କୋଚ୍ ଟ୍ରାକରୁ ଖସି ଯାଇଥିଲା । ମାଲବାହୀ ଟ୍ରେନ୍ ପୂର୍ବରୁ ଥିବା ବଗି ସହିତ ଧକ୍କା ହେତୁ ଏଠାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ବ୍ୟତୀତ ହାୱଡା ମୁମ୍ବାଇ ରେଳ ଲାଇନରେ ଟ୍ରେନର ଚଳାଚଳ ବନ୍ଦ ହୋଇଯାଇଛି ।

ଦୁର୍ଘଟଣା ପରେ ରେଳବାଇ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି-

ଟାଟାନଗର -06572290324
ଚକ୍ରଧରପୁର -06587238072
ରାଉରକେଲା ପାଇଁ -06612501072, 06612500244
ହାୱାଡ଼ା- 9433357920, 03326382217

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!