ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ହେଲା ଯୋଗ ଶିବିର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ହେଲା ଯୋଗ ଶିବିର

ନ୍ୟୁୟର୍କ:(କାଞ୍ଚନଟିଭି ବ୍ୟୁରୋ) ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି । କାର୍ଯ୍ୟକ୍ରମରେ ୧୩୦ ଦେଶର ପ୍ରତିନିଧି ଯୋଗଦେଇଥିଲେ । ଜାତିସଂଘରେ ଉଦ୍ବୋଧନ ଦେବା ପରେ ମୋଦି ସମସ୍ତଙ୍କ ସହ ଯୋଗାଭ୍ୟାସ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ପୃଥିବୀକୁ ଭାରତର ଶ୍ରେଷ୍ଠ ଅବଦାନ ହେଉଛି ଯୋଗ । ଭାରତର ଏହା ପ୍ରାଚୀନ ସଂସ୍କୃତି । ତେବେ ଏହା ଉପରେ କୌଣସି କପିରାଇଟ୍, ପେଟେଣ୍ଟ୍ ବା ରୟାଲ୍ଟି ନାହିଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଯେକେହି ବ୍ୟକ୍ତି ଯେକୌଣସି ସ୍ଥାନରେ ଯୋଗାଭ୍ୟାସ କରିପାରିବେ । ଏହା ଫ୍ଲେକ୍ସିବଲ୍, ସବୁ ସଂସ୍କୃତି ପାଇଁ ଉଦ୍ଦିଷ୍ଟ । ଯୋଗ ପୃଥିବୀରେ ଶାନ୍ତି ସ୍ଥାପନର ଅନନ୍ୟ ମାଧ୍ୟମ ହୋଇପାରିବ । ଯୋଗ କାର୍ଯ୍ୟକ୍ରମ ଜାତିସଂଘର ନର୍ଥ ଲର୍ଣ୍ଣ ଗାର୍ଡେନ୍ରେ ଆୟୋଜିତ ହୋଇଥିଲା । ସେଥିରେ ଜାତିସଂଘର ଅଧ୍ୟକ୍ଷ ସାବା କୋରୋସୀ, ନୁ୍ୟୟର୍କର ମେୟର ଏରିକ୍ ଆଡମ୍, ଶେଫ୍ ବିକାଶ ଖାନ୍ନା ପ୍ରମୁଖ ଯୋଗ ଦେଇଥିଲେ । ମୋଦିଙ୍କ ପାଖରେ ବସିଥିଲେ ପ୍ରସିଦ୍ଧ ଅଭିନେତା ରିଚାର୍ଡ ଗେରୀ । ଯୋଗ ଆରମ୍ଭ କରିବା ପୂର୍ବରୁ ସମସ୍ତେ ଧ୍ୟାନମୁଦ୍ରାରେ ବସି ଓଁ ଉଚ୍ଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ୬ ପ୍ରକାର ଯୋଗାସନ କରିଥିଲେ । ସେଗୁଡିକ ହେଲା- ଭଦ୍ରାସାନ, ଊଷ୍ଟ୍ରାସନ, ଉତ୍ତାନ ଶିଶୁନାସନ, ଭୁଜଙ୍ଗାସନ, ପବନମୁକ୍ତ ଆସନ ଓ ଶବାସନ । ଶେଷରେ ସମସ୍ତେ କପାଳ ଭାରତି କରିଥିଲେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!