ପ୍ରାଣନାଥ ଥିଲେ  ବିପ୍ଳବର  ଅଗ୍ନିଶିକ୍ଷା କଟଣାରେ ୫୪ତମ ଶ୍ରାଦ୍ଧ ଦିବସ ପାଳିତ

ପ୍ରାଣନାଥ ଥିଲେ ବିପ୍ଳବର ଅଗ୍ନିଶିକ୍ଷା କଟଣାରେ ୫୪ତମ ଶ୍ରାଦ୍ଧ ଦିବସ ପାଳିତ

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତକ ଆଜିବନ ବିପ୍ଲବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ଛାତ୍ର ଓ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି । ଆଜି ସକାଳେ ସ୍ଥାନୀୟ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ସର୍ଗତ ପ୍ରାଣନାଥଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଦଲାମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତ ସମାଜର ହିତ ପାଇଁ କାଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ଚେୟାରମ୍ୟାନ ଅବନୀ ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝରଣା ପାଇଁ, ଫାଉଣ୍ଡେସନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ରେଳ ଶ୍ରମିକ ନେତା ବିଜୟରାମ ମହାନ୍ତି, ପୂର୍ବତନ ସରପଂଚ ଦିବାଳର ମଙ୍ଗରାଜ, ସାହିତ୍ୟିକ ଆଦି ନାରାୟଣ ଖଣ୍ଡୁଆଳ, ଶ୍ରମିକ ନେତା ସାରଙ୍ଗଧର ବେହେରା, ବରିଷ୍ଠ ନାଗରିକ ମଂଚ ସଭାପତି ଭଲଚନ୍ଧୁ ଚୌଧୁରୀ,ରବିନ୍ଦ୍ର ପ୍ରସାଦ ମିଶ୍ର, ଯୁବ ସଂଗଠକ ଅରୁଣ କୁମାର ମହାନ୍ତି, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଇକରାୟ,ବୈରାଗୀ ଜେନା, ବରିଷ୍ଠ ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ମରିୟମ ସିଦ୍ଧିକା, ମଧୁଛନ୍ଦା ଭଗତ, ନୁତନ ନାୟକ, ଆଇନଜୀବୀ ଆଶୁତୋଷ ରାୟ, ସୁଶାନ୍ତ ପାଲଟାସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ବିପ୍ଳବୀ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପ୍ରାଣନାଥଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଝରଣା ସ୍ବାଇଁଙ୍କୁ ଉତରୀୟ ଦିଆଯାଇ ସମ୍ୱନ୍ଧିତ କରାଯାଇଥିଲା

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!