ବଜ୍ରଘାତ ଘଟି ଯୁବକର ମୃତ୍ୟୁ

ବଜ୍ରଘାତ ଘଟି ଯୁବକର ମୃତ୍ୟୁ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଅନ୍ଧାରୁଆ ଗ୍ରାମପଞ୍ଚାୟତ ର ଅମରେନ୍ଦ୍ର ଛୋଟରାୟ (ବବୁଲ) ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ବାହାରି ଥିବା ବେଳେ ବର୍ଷା ସହ ବିଜୁଳି ଓ ବଜ୍ରପାତ ଆଘାତ ପ୍ରାପ୍ତ ହେଇ ମୂର୍ଚ୍ଛା ହୋଇ ପଡିଥିଲେ ସେଠାରେ ଉପସ୍ଥିତ ଥିବା ବ୍ୟବସାହି ବନ୍ଧୁମାନେ (ବିଜୁ ମାର୍କେଟ କମ୍ପ୍ଲେକ୍ସ) ତାଙ୍କୁ ଆମ୍ରି ହସ୍ପିଟାଲ କୁ ନେଇଯାଇଥିଲେ ସେଠାରେ ଡାକ୍ତର ମାନେ ଚିକିତ୍ସା କଲା ପରେ ମୃତୁ ଘୋଷଣା କରିଥିଲେ ଏପରି ବଜ୍ରଘାତ ଏତେ ଶକ୍ତିଶାଳୀ ଥିଲା ଯେ ନିମିସେକ ମାତ୍ରେ ନିରୀହ ଜୀବନ ଚାଲିଗଲା।

ଅମରେନ୍ଦ୍ର ଛୋଟରାୟ ରୋଜଗାର କରି ତାଙ୍କ ଘର ଚଳାଉଥିଲେ। ତାଙ୍କର ଏକମାତ୍ର ଛୋଟ ଝିଅ ଧର୍ମପତ୍ନୀ ଓ ପାରିବାର ସମସ୍ତ ସଦ୍ୟସ ଙ୍କୁ ଛାଡି ଚାଲିଗଲେ।ଏହି ଘଟଣା ଅନ୍ଧାରୁଆ ଗ୍ରାମ ର ଆଖ ପାଖ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ଏହି ହୃଦୟ ବିତାରକ ମଣିଷ ର ଛାତି କୁ ଦୋହଲାଇ ଦେଇଛି। ଏହି ଘଟଣା ଘଟିବା ଶୁଣି ସାଙ୍ଗେ ସାଙ୍ଗେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ଜଟଣୀ ବିଭୂତି ଭୂଷଣ ବଳବନ୍ତରାୟ ପହଞ୍ଚି ସବୁ କାଜ୍ୟକ୍ରମ କୁ ବାତିଲ କରି ଅମ୍ରି ହସ୍ପିଟାଲ ରେ ପହଞ୍ଚିଥିଲେ ଏବଂ ତାସହିତ ଜିଲ୍ଲାପ୍ରଶାସନ,ଜିଲ୍ଲପାଳ,ଉପଜିଲ୍ଲପାଳ,ଭୁବନେଶ୍ୱର ତହସିଲଦାର ଏବଂ ବ୍ଲକ BDO ଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସୋହଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ।

ଏବଂ ଶ୍ରି ଛୋଟରାୟଙ୍କ ର ଆଜି ସକାଳୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ନିଜେ ଉପସ୍ଥିତ ରହି ଶବ ବ୍ୟବଚ୍ଛଦ କରାଇଥିଲେ ଏବଂ ଛୋଟରାୟ ଶବ ବ୍ୟବଚ୍ଛଦ ହେଲାପରେ ନିଜେ ଶ୍ରୀ ବଳବନ୍ତରାୟ ଶବ ସହିତ ଅନ୍ଧାରୁଆ ଗ୍ରାମପଞ୍ଚାୟତ କୁ ଆସି ଶୋକସନ୍ତପ୍ତ ପରିବାର ବର୍ଗକୁ ଗମ୍ଭୀର ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀ ଛୋଟରାୟ ଙ୍କ ର ଅମର ଆତ୍ମାକୁ ମହାପ୍ରଭୁ ଜଗନ୍ନାଥ ଶାନ୍ତିରେ ରଖନ୍ତୁ ଏହା ହିଁ କାମନା କରିଥିଲେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!