ବଦଳିଯିବେ ରାଜ୍ୟପାଳ

ବଦଳିଯିବେ ରାଜ୍ୟପାଳ

ନୂଆଦିଲ୍ଲୀ: ଯେକୌଣସି ରାଜ୍ୟ ପାଇଁ ରାଜ୍ୟପାଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି | ତେବେ ଗୃହ ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ମାସରେ ଦେଶର ଅନେକ ରାଜ୍ୟ ନୂତନ ରାଜ୍ୟପାଳ ପାଇବାକୁ ଯାଉଛନ୍ତି | ବାସ୍ତବରେ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ପାଞ୍ଚଟି ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଏହି ସବୁ ରାଜ୍ୟପାଳଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯିବ ନା ନୂଆ ମୁହଁକୁ ସାମିଲ କରାଯିବ

ଆସନ୍ତା ମାସରେ ଯେଉଁ ସବୁ ରାଜ୍ୟର ରାଜ୍ୟପାଳମାନଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି, ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ, ଆସାମର ରାଜ୍ୟପାଳ ଜଗଦୀଶ ମୁଖୀ ଏବଂ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବିଡି ମିଶ୍ର ପ୍ରମୁଖ ଅଛନ୍ତି । ଯଦି ଆମେ ମଣିପୁର ରାଜ୍ୟ ବାବଦରେ କହିବା, ତେବେ ମଣିପୁରରେ ମଧ୍ୟ ନୂତନ ରାଜ୍ୟପାଳ ନିଯୁକ୍ତ ହେବାର ସମ୍ଭାବନା ରହିଛି |

କାରଣ ପଶ୍ଚିମବଙ୍ଗର ରାଜ୍ୟପାଳ ଲା. ଗଣେଶନ ଏବେ ଉଭୟ ମଣିପୁର ଓ ପଶ୍ଚିମବଙ୍ଗ ରାଜ୍ୟର ରାଜ୍ୟପାଳ ଅଛନ୍ତି | ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, କେତେକ ରାଜ୍ୟର ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାଯାଇପାରେ | ଯେଉଁଥିରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରି ଏବଂ କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କ ନାମ ଆଗରେ ରହିଛି | ସେହିପରି କିଛି ରାଜ୍ୟପାଳଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦାୟିତ୍ବରୁ ଅବ୍ୟାହତି ଦିଆଯିବ | ଏଥିମଧ୍ୟରେ ବିହାର ରାଜ୍ୟପାଳ ଫଗୁ ଚୌହାନ ଏବଂ ହରିୟାଣା ରାଜ୍ୟପାଳ ବଙ୍ଗାରୁ ଦତ୍ତାତ୍ରେୟ ପ୍ରମୁଖଙ୍କ ନାମ ଆଗରେ ଅଛି

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!