ବରଗାଁ ନୂଆଁପଡ଼ା ଗାଁକୁ ଛୁଇଁନି ବିକାଶ, ସରକାରୀ ଯୋଜନା ସାତ ସପନ
ବୌଦ୍ଧ:(କାଞ୍ଚନଟିଭି) ସରକାର ସୌଭାଗ୍ୟ ଯୋଜନାରେ ଗୋଟିଏ ମଧ୍ୟ ପରିବାର ଅନ୍ଧାରରେ ନରହିବେ ସେନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଯୋଜନା ଯୋଜନା ବାଟରେ ରହି ଉପହାସ କରୁଛି । ବୌଦ୍ଧ ଜିଲ୍ଲାର ବରଗାଁ ନୂଆପଡ଼ା ଗାଁକୁ ନାହିଁ ବିଦ୍ୟୁତ ସେବା। ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ବର୍ଷ ବର୍ଷ ଧରି ଅନ୍ଧାର ମୂଲକରେ ଅନ୍ଧାର ଭିତରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।
ହେଲେ ରାତି ହେଲେ ଗାଁ ଅନ୍ଧାର ରହୁଛି । ରାତି ହେଲେ ସୋଲାର ଲାଇଟ ଜଳେ ନଚେତ ଅନ୍ଧାରରେ ରୁହନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଂଚଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ଦୁର୍ଗମ ଅଂଚଳର ଲୋକ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ । ହେଲେ ଆଜି ମଧ୍ୟ ଦୁର୍ଗମ ଅଂଚଳରେ ଏମିତି ଗାଁ ରହିଛି ଯେଉଁଠି ଗାଁକୁ ବିଜୁଳି ସଂଯୋଗ ହୋଇପାରୁନାହିଁ । ଏମିତି ଏକ ଗାଁ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ନୂଆଁପଡ଼ା ଗ୍ରାମ। ଏହି ଗାଁରେ ୨୦ ପରିବାର ବାସ କରୁଥିବା ବେଳେ ଜନସଂଖ୍ୟା ୭୦ ରୁ ଅଧିକ । ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଗାଁଲୋକ ।
ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ହୀନସ୍ତା ଭୋଗୁଥିବା ମଧ୍ୟ କୁହାଯାଇଛି ।
ଏନେଇ ଗ୍ରାମ ବାସି ଅନେକ ଥର ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗର ଅଧିକାରୀ ଙ୍କୁ ଲିଖିତ ଓ ମୌଖିକ ଭାବରେ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି ।