ବରିଷ୍ଠ ଆଇନଜିବୀ ଓଡ଼ିଶାର ନେଲସଲ୍ ମଣ୍ଡେଲାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଜଟଣୀ ଓକିଲ ସଂଘ ତରଫରୁ ଗୁରୁବାର ସନ୍ଧ୍ୟା ସମୟରେ ବରିଷ୍ଠ ଆଇନଜିବୀ ସ୍ବର୍ଗତ ସୁରେନ୍ଦ୍ର ନାୟକଙ୍କ ଅକାଳ ବିୟୋଗରେ ଜଟଣୀ ଓକିଲ ସଂଘ ହଲ୍ ପରିସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବର୍ଗତ ସୁରେନ୍ଦ୍ର ନାୟକ ବରିଷ୍ଠ ଆଇନଜୀବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସେ ଜଣେ ସରଳ, ଅମୟିକ ,ପରୋପକାରି, କଠିନ ପରିଶ୍ରମୀ, କର୍ମଯୋଗୀ, ସଚ୍ଚୋଟ ଓ ତା ସହିତ ସେ ଜଣେ ବାମପନ୍ଥି ଚିନ୍ତାଧାରାର ବ୍ୟକ୍ତି ଥିଲେ ତଥା ସୁନ୍ଦର ଜୀବନଶୈଳୀ ନିର୍ଭୀକ ଭାବରେ ଓକିଲାତି ପେଶାଟିଏ କାଟିଥିଲେ ଓ ଇଂଲିଶ ର ଡ୍ରାଫ୍ଟିଙ୍ଗ୍ ଉଚ୍ଚାରଣ ତଥା ଇଂଲିଶ ଭାଷଣ ଅତି ଉଚ୍ଚକୋଟିର କରିପାରୁଥିଲେ । ସେ ଓଡ଼ିଶାର ନେଲସଲ୍ ମଣ୍ଡେଲା ହିସାବରେ ବେଶ୍ ପରିଚିତ। ତାଙ୍କୁ ଜଟଣୀ ଓକିଲ ସଂଘ ତରଫରୁ ସମସ୍ତେ ସ୍ୱର୍ଗତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ସହକର୍ମୀ ଓ ବନ୍ଧୁମାନେ ମନେ ପକାଇ ଭାଵବିହ୍ଵଳ ହୋଇଯାଇଥିଲେ। ଏହି ସ୍ମୃତି ସଭାରେ ଜଟଣୀ ଓକିଲ ସଂଘର ସଭାପତି ନିରୁ ମହାନ୍ତି, ସମ୍ପାଦକ ଶିବୁ ରଥ, ସହସଭାପତି ଟିଲୁ ପ୍ରଧାନ ଓ ଜଏଣ୍ଟ ସେକ୍ରେଟାରି ରବି ପଣ୍ଡା, ଏକ୍ସିକ୍ୟୁଟିଭି ମେମ୍ବର ଅରୁଣ ଦାସ, ହିତେଶ ଶର୍ମା, ମଧୁଛନ୍ଦା ନାୟକ, କୋଷାଧକ୍ଷ ଅରୁଣ ସାହୁ, ସାମ୍ବାଦିକ ଅମରେଷ ରାଉତରାୟ ଏବଂ ଆଇନଜିବୀ ଆଶୁତୋଷ ରାୟ ପ୍ରମୁଖ ସୁରେନ୍ଦ୍ର ନାୟକଙ୍କ ଆକସ୍ମିକ ବିୟୋଗରେ ଆମେ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ତାଙ୍କ ସ୍ମୃତି ଓ ବିଚାରଧାରା,ଜୀବନଚର୍ଯା ଓ କର୍ତ୍ତବ୍ୟ ବୋଧତାକୁ ଅନୁସରଣ କରି ଆପଣଙ୍କୁ ସଦା ସର୍ବଦା ମନେ ରଖିଥିବୁ । ସହକର୍ମୀ ଓ ବନ୍ଧୁମାନଙ୍କ ସ୍ମୃତିରେ ସବୁଦିନ ପାଇଁ ଅମର ହୋଇ ରହିବେ ସୁରେନ୍ଦ୍ର ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବନ୍ଧୁବର୍ଗମାନେ କହିଥିଲେ । ସୁରେନ୍ଦ୍ର ନାୟକଙ୍କର ଆତ୍ମାର ଶାନ୍ତି,ସଦଗତି କାମନା କରି ତାଙ୍କ ପରିବାବର୍ଗଙ୍କୁ ସାହସ, ଶକ୍ତି ଓ ଧର୍ଯ୍ୟ ଅସୀମ ଆଶ୍ରିବାଦ୍ ଦିଅନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆମ୍ଭର ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ବିନମ୍ର ପ୍ରାର୍ଥନା।