ବରିଷ୍ଠ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ ।

ବରିଷ୍ଠ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ ।

ଭୁବନେଶ୍ୱର :(କାଞ୍ଚନଟିଭି ବ୍ୟୁରୋ) ବରିଷ୍ଠ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ଗୁରୁବାର ୫ ଜିଲ୍ଲାର ଏସ୍ପିଙ୍କ ସମେତ ୧୮ ଜଣ ବରିଷ୍ଠ ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ସୁଧାଂଶୁ ଷଡଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ସହ ସିଭିଲ ଡିଫେନ୍ସ ନିଦେ୍ର୍ଦଶକ ଭାବେ ବଦଳି କରାଯାଇଥିବା ବେଳେ ଅବକାରୀ କମିଶନର ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶୀଷ ସଂଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ସହ ରାଜ୍ୟ ଫରେନ୍ସିକ ସାଇନ୍ସ ଲ୍ୟାବ୍ ଆଇଜି ଦାୟିତ୍ୱ ମିଳିଛି । ସେହିପରି ରାଉରକେଲା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବଲାଙ୍ଗିର ଭଳି ୫ ଜିଲ୍ଲାର ଏସ୍ପିଙ୍କୁ ଅଦଳ ବଦଳ କରାଯାଇଛି ।

ଗୁରୁବାର ରାଜ୍ୟ ଗୃହବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ନଯୁକ୍ତି ଅପେକ୍ଷାରେ ଥିବା ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅମ୍ରିତ ମୋହନ ପ୍ରସାଦଙ୍କୁ ମାନବାଧିକାର ସୁରକ୍ଷା ସେଲ୍ର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରାଯାଇଛି । ରେଳବାଇ ଓ ଉପକୂଳ ସୁରକ୍ଷା ସ୍ୱତନ୍ତ୍ର ଡିଜି ସୁଧାଂଶୁ ଷଡଙ୍ଗୀଙ୍କୁ ଅଗ୍ନିଶମ ଡିଜି, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ମୁଖ୍ୟ ଭାବେ ବଦଳି ହୋଇଛି । ୧୯୯୫ ବ୍ୟାଚ୍‌ ଆର୍ କେ ଶର୍ମାଙ୍କୁ ଆଇନଶୃଙ୍ଖଳାରୁ ହଟାଇ ଅତିରିକ୍ତ ଡିଜିପି ମୁଖ୍ୟାଳୟ ଭାବେ ବଦଳି କରାଯାଇଥିବା ବେଳେ ୧୯୯୭ ବ୍ୟାଚ୍‌ ସଞ୍ଜୟ କୁମାରଙ୍କୁ ଆଇନଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜି ସହ କମ୍ୟୁନିକେସନ୍‌ ବିଭାଗର ଅତିରିକ୍ତ ଡିଜିପି ଭାବେ ବଦଳି ହୋଇଛି ।
ସେହିପରି ଅମିତାଭ ଠାକୁର ହୋଇଛନ୍ତି ପରିବହନ କମିଶନର । ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ହୋଇଥିବା ବେଳେ ଦୟାଲ ଗଙ୍ଗୱାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ), ନରସିଂହ ଭୋଳ (ଅବକାରୀ କମିଶନର) ହୋଇଛନ୍ତି । ସେହିପରି ସିଏସ ମୀନା ଡିଆଇଜି କୋରାପୁଟ ଭାବେ ନିଯୁକ୍ତ ହୋଇଛନ୍ତି ।
ଅନ୍ୟପଟେ ରାଉରକେଲା, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର ଓ ବଲାଙ୍ଗୀର ଏସପି ବଦଳିଛନ୍ତି । ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ହୋଇଥିବା ବେଳେ ବାତୁଲା ଗଙ୍ଗାଧର ମୟୂରଭଞ୍ଜ, ମୁକେଶ କୁମାର ଭାମୋ ସମ୍ବଲପୁର, କୁଶଲକର ନୀତୀନ ଦାଗୁଡୁ କେନ୍ଦୁଝର, ଖିଲାରି ରିଷିକେଶ ବଲାଙ୍ଗୀର ଏସପି ହୋଇଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!