ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବୀ

ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବୀ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଆଜି ଲୋକ କଲୋନୀ ସ୍ଥିତ ୨୦ ନମ୍ବର ୱାର୍ଡର ବିସ୍ଥାପିତ ଝୁପୁଡ଼ି ବସ୍ତି ବାସିନ୍ଦାଙ୍କୁ ନେ଼ଇ ଥଇଥାନ ଦାବିରେ ଜଟଣୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ ବିଧାୟକଙ୍କ ପ୍ରତିନିଧି ଅସ୍. ଅନ ଆଲୀ ଓ ନାଗରିକ କମିଟି ର ଉପଦେଷ୍ଟା ବୃନ୍ଦାବନ ସାହୁ ଲିଖିତ ଥଇଥାନ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦେବା ପାଇଁ ଯାଇଥିବା ବେଳେ ଜିଲାପାଳ ଅନୁପ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଗଲା ଉପଜିଲ୍ଲାପାଳ ଏସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇଦେବା ପାଇଁ ପଦକ୍ଷେପ ଗ୍ରହଣ କରିବେ
ଦୀର୍ଘଦିନ ଧରି ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରେଳବାଇ କଲୋନୀରେ ଝୂପୁଡ଼ି କରି ରହିଥିବା ବସ୍ତି ବାସିନ୍ଦାଙ୍କୁ ଜଗମିସନ୍ ରେ ଅନ୍ତର୍ଭୁକ୍ତ ନ କରା ଯିବା ଦ୍ଵାରା ରେଳ ପ୍ରଶାସନ ବିଗତ ଦିନରେ କିଛି ଝୁପୁଡି ଭାଂଗି ନାଗରିକ ମାନଙ୍କୁ ବାସହରା କରିଦେଇଛି ଏବେ ମଧ୍ୟ ଆଉ କେତେକ ଝୂପୁଡି ଭାଙ୍ଗିବା ପାଇଁ ପ୍ରୟାସ ଜାରି ରଖିଛି ଅନେକ ପ୍ରତିଶୁତି ରାଜ୍ୟ ସରକାର ଠାରୁ ମିଳିଥିଲେ ମଧ୍ୟ ଅଦ୍ୟାବଧି ଏମାନଙ୍କୁ ଥଇଥାନ କରାଯାଇ ନାହିଁ ନାଗରିକ କମିଟି ତରଫରୁ ସୂଚାଇ ଦିଆଯାଉ ଅଛି ଯେ ଆସନ୍ତା ଏକ ମାସ ମଧ୍ୟରେ ଯଦି ସ୍ଥାୟୀପଟ୍ଟା ଯୋଗେଇ ଦିଆ ନ ଯାଏ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବା ପାଇଁ ବାଧ୍ୟ ହେବୁ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!