ବିପିସିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ବ୍ଲକ୍ରେ ବିପିସି ଓ ବିଏଲ୍ଏଫ୍ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ଜୀବିକା ମିସନ ମଞ୍ଚ ମଞ୍ଚ ମହାସଂଘର ମଦନପୁର ପଞ୍ଚାୟତ ସଭାନେତ୍ରୀ ପୁଷ୍ପାଞ୍ଜଳି ଜେନା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା କହିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏବେ ୫ଟି ପଞ୍ଚାୟତରେ କେହି ଇସି ମେମ୍ବର ନାହାନ୍ତି। ଜଣେ ଜଣେ ଇସି ସଭ୍ୟା ତିନି ତିନିଟି ଦାୟିତ୍ଵରେ ରହୁଛନ୍ତି| ଫଳରେ ପଞ୍ଚାୟତସ୍ତରୀୟ ଇସି ସଭ୍ୟମାନେ କ୍ଷତି ସହୁଛନ୍ତି। ବିପିସି ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଜୀବିକା ମିସନ୍ ମଞ୍ଚ ମହାସଂଘର ସଭାନେତ୍ରୀ ଥାଇ ସେ ଏନେଇ ବାରମ୍ବାର ଅଭିଯୋଗ କରିବାରୁ ବିପିସି ତାଙ୍କ ନାମରେ ମିଛ ଅଭିଯୋଗ ଆଣିଛନ୍ତି। ସେ ପୂର୍ବରୁ ଇସି ମେମ୍ବର ନଥିବା ସତ୍ତ୍ବେ ତାଙ୍କୁ ଇସି ମେମ୍ବର ବୋଲି ବିପିସି କହିଥିବା କଥାକୁ ଶ୍ରୀମତୀ ଜେନା ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମତୀ ଜେନା ବିପିସି ଓ ବିଏଲ୍ଏଫ୍ ମେମ୍ବରଙ୍କୁ ଗାଳିଗୁଲଜ କରିବା ଧମକ ଦେଉଥିବା ନେଇ ଗତ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ ହୋଇଥିଲା |