ବିବାଦରେ ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’: ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା

ବିବାଦରେ ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’: ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା

ଭୁବନେଶ୍ୱର(କାଞ୍ଚନ ଟିଭି): ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ବିବାଦ ସୃଷ୍ଟି ହୋଇଛି । ଦୁଇ ଦିନ ତଳେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ରେ ଅନୁସୂଚିତଜାତିଙ୍କୁ ବାରମ୍ବାର ଅପମାନିତ ସହିତ ନୀଚ ଭାବେ ଦେଖାଯାଇଛି ।ଏହି ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ଦାୟର କଲେ “ବହୁଜନ ସମାଜ ପାର୍ଟି ” ଖୋର୍ଦ୍ଧା ଉତ୍ତର ବିଧାନ ସଭା ୟୁନିଟ୍ ର ସଦସ୍ୟମାନେ । ଫିଲ୍ମରେ ବ୍ୟବହାର ହୋଇଥିବା ହରିଜନ ଶବ୍ଦ ଲୋକଙ୍କୁ ଅପମାନିତ କରୁଛି । ତେଣୁ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କୁ ଅନୁସୂଚିତ ଜାତି ଅତ୍ୟାଚାର ନିରାକରଣ ଆଇନରେ ଗିରଫ କରିବାକୁ ଦାବି ହୋଇଛି ।

ନିକଟରେ ‘ପ୍ରିୟୋ ତୁ ମୋ ସିଏ’ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି । ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶକ ରହିଥିବା ବେଳେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ତା’ର ପ୍ରଯୋଜକ ରହିଛନ୍ତି । ଫିଲ୍ମରେ ହରିଜନ ଭଳି ଅସାମ୍ବିଧାନିକ ଶବ୍ଦକୁ ବହୁବାର ବ୍ୟବହାର କରାଯାଇଛି । ଏଥିସହିତ ଅନୁସୂଚିତ ଜାତିଙ୍କୁ ଅପମାନିତ କଲା ଭଳି ଫିଲ୍ମରେ ଅନେକ ଦୃଶ୍ୟ ରହିଛି ।

ଗୋଟିଏ ଅନୁସୂଚିତ ଜାତିର ପିଲାଟିଏ ସାଆନ୍ତଙ୍କ ଝିଅକୁ କାହିଁକି ଭଲ ପାଇଲା ସେଥିପାଇଁ ଫିଲ୍ମରେ ତାକୁ ଭୁଲ୍ ମାଗିବାର ଦୃଶ୍ୟ ରହିଛି । ଏଥିସହିତ ନିଚ୍ଚ ଜାତିର ପିଲାଙ୍କୁ ଛୁଇଁବା ମନା ବୋଲି ଫିଲ୍ମରେ ଚିତ୍ରଣ କରାଯାଇଛି । ଫିଲ୍ମରେ ରହିଥିବା ଏଭଳି ଅନେକ କଥା ଓଡ଼ିଶାର ୨୨ ଭାଗ ଅନୁସୂଚିତ ଜାତିର ଲୋକଙ୍କୁ ଅପମାନିତ କରିଛି । ତେଣୁ ଏହାକୁ ବିରୋଧ କରି “ବହୁଜନ ସମାଜ ପାର୍ଟି ” ଖୋର୍ଦ୍ଧା ଉତ୍ତର ବିଧାନସଭା ୟୁନିଟ୍ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!