ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ; ଜିଲ୍ଲା ମୂଖ୍ୟ ଚିକିତ୍ସାଳରେ ଟର୍ଚ୍ଚ ଲାଇଟ୍ ସାହା ଭରଷା

ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ; ଜିଲ୍ଲା ମୂଖ୍ୟ ଚିକିତ୍ସାଳରେ ଟର୍ଚ୍ଚ ଲାଇଟ୍ ସାହା ଭରଷା

କଳାହାଣ୍ଡି:(କାଞ୍ଚନ ଟିଭି) ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସବୁ ଡାକ୍ତର ଖାନାକୁ ବିଶ୍ଵ ସ୍ତରୀୟ କରାଯିବାର ଘୋଷଣା କରିଛନ୍ତି। ଆଉ ଏହି ଘୋଷଣା ମଧ୍ୟରେ ଯଦି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଟର୍ଚ୍ଚ ଜଳେଇ ଡାକ୍ତର ଚିକିତ୍ସା କରିବାକୁ ବାଧ୍ୟ ହୁଅନ୍ତି ତେବେ ଅନ୍ୟ ଅଂଚଳରେ କିପରି ଶିକ୍ଷା ଭିତ୍ତିଭୂମି ରହିଥିବ ତାହା ସହଜରେ ଅନୁମେୟ। ବିଦ୍ୟୁତ୍ ନ ଥିବାରୁ ଟର୍ଚ୍ଚ ଜଳେଇ ଡାକ୍ତର ଚିକିତ୍ସା କରୁଛନ୍ତି। ଏହା କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କୁ ଅନ୍ଧାରରେ ଚିକିତ୍ସା କରାଯାଉଥିବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଶନିବାର ରାତିରେ ଏମସିଏଚ୍ ବିଲ୍ଡି ପ୍ରସୂତି ଓ ଚିକିତ୍ସା ବିଭାଗ ୱାର୍ଡରେ ବିଦ୍ୟୁତ୍ ନ ଥିବାରୁ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖିଥିବା ଘଟଣା ରୋଗୀଙ୍କ ପରିଜନ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ସନ୍ଧ୍ୟା ୭ ଟା ରୁ ୯ ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଏଭଳି ଅବ୍ୟବସ୍ଥା ଯୋଗୁଁ ଏମସିଏଚ ଵିଲ୍ଡି ରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗରେ ବିଦ୍ୟୁତ ନ ଥିବାରୁ ଟଇଁ ବ୍ୟବହାର କରି ଡାଲର ଚିକିତ୍ସା କରିଥିଲେ । କଳାହାଣ୍ଡି ଜିଲାଭ ଦୀର୍ଘ ଦିନର ଦାବୀ ପରେ ସହିଦ ରେଈ ମାଝୀ ନାମରେ ମେଡିକାଲ କଲେଜ ସ୍ଥାପନା ହୋଇଛି। ଏଥିପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଜିଲା ମୁଖ୍ୟ ଚିକିତ୍ସାଲୟରେ ମେଡ଼ିକାଲ କାର୍ଯ୍ୟହେବ । ଯାହାପାଇଁ ୨୩-୨୪ ବର୍ଷ ପାଇଁ ଛାତ୍ରୀଛାତ୍ରଙ୍କ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । କିନ୍ତୁ ଏଠାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇ ପାରୁ ନ ଥିବାରୁ ଏହା କିଭଳି ସମ୍ଭବ ହେବ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗିରିଶ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଡିଜି( ଜେନେଲେଟର)ର ହଠାତ ଛୁଟି ଦେଖାଯିବାରୁ ଏପରି ଅସୁବିଧା ହୋଇଥିଲା। ପରେ ମରାମତି କଲାପରେ ପରିସ୍ଥିତି ସ୍ଵାଭାବିକ ହୋଇଥିଲା ବୋଲି ସେ କହିଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!