ବିଶ୍ୱ ପରିବେଶ ଦିବସ ପାଳିତ ସମ୍ଭବ ଟ୍ରଷ୍ଟ ପକ୍ଷରୁ

ବିଶ୍ୱ ପରିବେଶ ଦିବସ ପାଳିତ ସମ୍ଭବ ଟ୍ରଷ୍ଟ ପକ୍ଷରୁ

ଯାଜପୁର:(କାଞ୍ଚନଟିଭି) ପରିବେଶ ଦିବସ ଉପଲକ୍ଷେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚମ୍ପାପୁର ସ୍ଥିତ ଅଙ୍ଗନ ବାଡ଼ି କେନ୍ଦ୍ରର ପରିସରରେ ବୃକ୍ଷ ରୋପଣ ସେବା କାର୍ୟ୍ଯ କରାଯାଇଛି କିଛି ଫୁଲ ଓ ଫଳ ! ବୃକ୍ଷ ଆମର ଜୀବନ ଏହାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ବୃକ୍ଷ ଲଗାନ୍ତୁ ପରିବେଶ ସୁନ୍ଦର ରଖନ୍ତୁ । ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ପ୍ରଦୂଷଣଠାରୁ ଆରମ୍ଭ କରି ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଅବକ୍ଷୟ ଆଦିର ସାମନା କରିବା ପାଇଁ ପଡୁଥିଲା । ସମୟ ସହ ପ୍ରାକୃତିକ ସମ୍ପଦର ମଧ୍ୟ ବ୍ୟାପକ କ୍ଷତି ହେଉଛି । ମଣିଷକୁ ସୁସ୍ଥ ରହିବା ପାଇଁ ନିଜ ଚାରିପାଖର ପରିବେଶ ଭଲ ହୋଇଥିବା ନିହାତି ଆବଶ୍ୟକ । ତେଣୁ ନିଜ ସହ ପରିବେଶର ମଧ୍ୟ ଯତ୍ନ ନେବା ଉଚିତ । ସମ୍ଭବ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ସଦସ୍ୟ କିଶୋର ସିଂହ,ଯଶବନ୍ତ ସିଂହ ଜାଗେଶ୍ୱର ସିଂହ ପ୍ରଶାନ୍ତ ବେହେରା ଉପସ୍ଥିତ ରହି
କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ପରିବେଶର ସୁରକ୍ଷା ନେଇ ବୃକ୍ଷ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପରିବେଶର ସୁରକ୍ଷା ସାଧନ ଆମ ସମସ୍ତଙ୍କର ଏକ ନୈତିକ କର୍ତ୍ତବ୍ୟ ଏବଂ ଏ ସୁନ୍ଦର ବିଶ୍ୱକୁ ବଞ୍ଚାଇ ରଖିବାକୁ ହେଲେ ପରିବେଶର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ଆମ ପ୍ରତ୍ୟେକଙ୍କୁ ଧ୍ୟାନ ଦେବାକୁ ପଡ଼ିବ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!