ବେଆଇନ ଟୋଲଗେଟ ଆଦାୟ କୁନେଇ ବିରୋଧ

ବେଆଇନ ଟୋଲଗେଟ ଆଦାୟ କୁନେଇ ବିରୋଧ

ସୁବର୍ଣ୍ଣପୁର:(କାଞ୍ଚନ ଟିଭି) ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ଟୋଲଗେଟରେ ଆଜକୁ ଦିର୍ଘବର୍ଷଧରି ଟୋଲ ଆଦାୟକୁ ବିରୋଧକରି ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସଦର ହୋଟେଲ ମୁନ୍ ର ସମ୍ମିଳନି କକ୍ଷରେ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ନାଗରିକ ମଞ୍ଚର ଆବାହକ ଶ୍ୟାମାଓମ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଏହି ସମ୍ମିଳନି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନ୍ୟତମ ସଦସ୍ୟ ପୁରୁଷୋତ୍ତମ ପାଣିଗ୍ରାହି, ଗୋବିନ୍ଦ ମାହାଣା,ଜିତେନ୍ଦ୍ର ପଟ୍ଟନାୟକ,ଆର୍ତ୍ରାଣ ବାବୁ ପ୍ରମୁଖ ଯୋଗଦେଇ ଟୋଲଗେଟ ଆଦାୟକୁ ବିରୋଧ କରି ଏହାକୁ ଏକମାସ ମଧ୍ୟରେ ବନ୍ଦକରିବାପାଇଁ ଆଲୋଚନା ହୋଇଥିଲା ା ତେବେ ଜିଲ୍ଲାର ବିନିକା ଅଙ୍ଗନଦୀ ଟୋଲଗେଟ ଓ ସୋନପୁର ମହାନଦୀ ଟୋଲ ଗେଟରେ ଦୀର୍ଘ ୨୦/୩୦ବର୍ଷ ହେବ ଟେକ୍ସ ଆଦାୟ ସମ୍ପୁର୍ଣ୍ଣ ହୋଇସାରିଥିଲେ ହେଁ ଆଜିପର୍ଯ୍ୟନ୍ତ ବେଆଇନ ଭାବରେ ଟୋଲ ଟେକ୍ସ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ବିନିକା ଅଙ୍ଗନଦୀ ବ୍ରିଜ ପାଇଁ ୧୯୯୩ ମସିହାରୁ ଆଜକୁ ୩୦ବର୍ଷ ହେବ ଟୋଲ ଆଦାୟ କରାଯାଉଥିବାବେଳେ ସୋନପୁର ମହାନଦୀ ୨୦୦୪ ମସିହାଠାରୁ ଆଜକୁ ୨୦ ବର୍ଷହେବ ଟୋଲଗେଟ ମାଧ୍ୟମରେ ଟେକ୍ସ ଆଦାୟ କରାଯାଉଛି । ସୂଚନା ଆଇନ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାଇ ଆଜି ଯାଏଁ ବିନିକା ଅଙ୍ଗନଦୀ ଟୋଲଗେଟରେ ୧୨କୋଟି ୬୬ଲକ୍ଷ ୪୭ହଜାର ୧୭୬ଟଙ୍କା ସରକାରଙ୍କ ରାଜକୋଷକୁ ଯାଇଛି । ସେହିପରି ଭାବରେ ସୋନପୁର ମହାନଦୀ ପାଇଁ ୨୦୦୪ ମସିହାରୁ ଆଜକୁ ୨୦ବର୍ଷ ହେବ ୧୫କୋଟି ୨୩ଲକ୍ଷ ୮୭ହଜାର୯୯୪ ଟଙ୍କା ସରକାରଙ୍କ ରାଜକୋଷକୁ ଯାଇଛି ହେଲେ ଆଜିପର୍ଯ୍ୟନ୍ତ ଟୋଲ ଟେକ୍ସ ଆଦାୟ ଜାରୀ ରହିଛି । କିନ୍ତୁ ସୋନପୁର ଜିଲ୍ଲାର ଏହି ଦୁଇ ଟୋଲ ଗେଟରେ ଏବେ ମଧ୍ୟ ଟେକ୍ସ ଆଦାୟ ଜାରୀ ରହିଛି । ଫଳରେ ଆଜି ଜିଲ୍ଲା ସଚେତନ ନାଗରୀକ ମଚଂ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଏକ ମାସ ମଧ୍ୟରେ ଏହି ଟୋଲ ଗେଟ ସବୁ ବନ୍ଦ କରିବାକୁ ଦାବୀ ଜଣାଇଛନ୍ତି । ଏକ ମାସ ଭିତରେ ରାଜ୍ୟ ସରକାର ଏହି ଟୋଲ ଗେଟ ବନ୍ଦ ନକଲେ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ସଚେତନ ନାଗରୀକ ମଚଂ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!