ବଡ଼ ନିବେଶ!

ବଡ଼ ନିବେଶ!

ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍)– ସିଲିକନ୍ ସିଟିରୁ ଆସିବ ବଡ଼ ନିବେଶ । ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ନିବେଶ ସମ୍ମିଳନୀରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରଠାରୁ ୨ ଦିନିଆ ବେଙ୍ଗଲୁରୁ ଗସ୍ତରେ ଯାଇଛନ୍ତି । ସନ୍ଧ୍ୟାରେ ବେଙ୍ଗଲୁରୁରେ ପହଞ୍ଚôବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୱପ୍ରୋ ମୁଖ୍ୟ ଆଜିମ୍ ପ୍ରେମଜୀଙ୍କ ସହ ୮ ବଡ଼ କମ୍ପାନୀ ମୁଖ୍ୟଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିଛନ୍ତି । ଆସନ୍ତା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗ ଦେବା ସହ ଓଡ଼ିଶାରେ ଏବେ ନିବେଶ ପାଇଁ ଥିବା ଅନୁକୂଳ ପରିବେଶ କଥା କହିଛନ୍ତି । ଓଡ଼ିଶାରେ ନିବେଶ କଲେ ରାଜ୍ୟ ସରକାର ସେମାନଙ୍କୁ ଶତ ପ୍ରତିଶତ ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଆସନ୍ତାକାଲି ଦିନ ତମାମ ମୁଖ୍ୟମନ୍ତ୍ରୀ ବଡ଼ ପୁଞ୍ଜିପତିଙ୍କ ୱାନ୍ ଟୁ ୱାନ୍ ଆଲୋଚନା କରିବା ସହ ସନ୍ଧ୍ୟାରେ ହେବାକୁ ଥିବା ସମ୍ମିଳନୀରେ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବେଙ୍ଗଲୁରୁ ଗସ୍ତ କରିଛି ।

ୱିପ୍ରୋ, ଇନଫୋସିସ୍, ଆସେଣ୍ଟର, କଗ୍ନିଜା ଭଳି ଆଇଟି କମ୍ପାନୀ ବୈଠକରେ ଭାଗ ନେବେ । ବେଙ୍ଗଲୁରୁ ସମ୍ମିଳନୀରେ ଫୋକସରେ ୭ ସେକ୍ଟର ରହିଛି । ବିଶେଷ କରି ଆଇଟି, ଟେକ୍ସଟାଇଲ୍ସ, ଇଏସଡିଏମ୍, ଖାଦ୍ୟ ପ୍ରକ୍ରିୟାକରଣ, ଇ-ଭେହିକିଲ୍, ଅଟୋ ମୋବାଇଲ୍ ଏବଂ ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରୁ ପୁଞ୍ଜି ନିବେଶ ଆଶା କରାଯାଉଛି । ରାଜ୍ୟ ସରକାର ଆଇଟି କ୍ଷେତ୍ର ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ କ’ଣ ରହିଛି ସୁଯୋଗ ସେନେଇ ବିଜନେସ୍ ଲିଡରଙ୍କୁ ରାଜ୍ୟ ସରକାର ଅବଗତ କରାଇବେ । ପୂର୍ବରୁ ୨୦୧୬ ଓ ୨୦୧୮ରେ ବେଙ୍ଗାଳୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ହୋଇଥିଲା । ଏଥର ଅନେକ ଆଇଟି କମ୍ପାନୀ ଓଡ଼ିଶାରେ ପୁୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବା ଆଶା କରାଯାଉଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!