ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ ମମତା ବସ୍ତିଆ
ଭୁବନେଶ୍ୱର:(କାଞ୍ଚନ ଟିଭି) ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ । ୧୫ହଜାର ଟଙ୍କା ମହିଳା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ସହିଦନଗର ଥାନାରେ ଭିଜିଲାନ୍ସ ଟିମର ଛାନଭିନ କରି, ଗୋଟିଏ କେସରୁ ନାଁ କାଟିବା ପାଇଁ ନେଉଥିଲେ ଲାଞ୍ଚ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତା ବସ୍ତିଆଙ୍କ ଦୁଇଟି ଘରେ ଚଢାଉ ଚାଲିଛି। ମମତା ବସ୍ତିଆଙ୍କ ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ଆଜି ସେ ଭିଜିଲାନ୍ସ ହାବୁଡ଼ରେ ପଡିଯାଇଛନ୍ତି । ଭିଜିଲାନ୍ସ ଏନେଇ ଅନେକ ଖୋଳତାଡ଼ କରୁଛି। ତେବେ କମିଶନରେଟ୍ ପୋଲିସର ଜଣେ ପରେ ଜଣେ ପୋଲିସ ଅଧିକାରୀ ଧରା ପଡୁଛନ୍ତି। କିଛି ଦିନ ପୂର୍ବରୁ ଖଣ୍ଡଗିରି ଥାନାର ଜଣେ ସବଇନସପେକ୍ଟର ଲାଞ୍ଚ ନେଇ ଧରା ପଡିଥିଲେ।
CATEGORIES ରାଜ୍ୟ