ଭୁବନେଶ୍ବରରେ ବିଶ୍ବର ପ୍ରମୁଖ ଆଇଟି କଂପାନୀ ‘ଆକ୍ଳେଞ୍ଚରର’, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ବିଶ୍ବର ପ୍ରମୁଖ ଆଇଟି କଂପାନୀ ‘ଆକ୍ଳେଞ୍ଚରର’, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:(କାଞ୍ଚନ ଟିଭି) ବିଶ୍ବର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆମ୍ଭେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରରେ ଉଦଘାଟନ କରିଛନ୍ତି। ଆକ୍ସେଞ୍ଚର ହେଉଛି ବିଶ୍ବର ଅନ୍ୟତମ ଅଗ୍ରଣୀ ବୃତ୍ତିଗତ ସେବା କମ୍ପାନୀ,ଭାରତରେ ୩ଲକ୍ଷରୁ ଊର୍ଦ୍ଧ୍ବକର୍ମଚାରୀକାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ବରେ ପାଖାପାଖି ୭,୪୩,୦୦୦ କର୍ମଚାରୀ ଏହି ସଂସ୍ଥାରେ କାର୍ଯ୍ୟରତା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଗତ ତିନି ଦଶନ୍ଧି ଧରି ଏହି ସଂସ୍ଥା ନିଯୁକ୍ତି ତଥାନିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନା ଓଡ଼ିଶାରେ ଆଲ୍ବେଞ୍ଚରର ପ୍ରତିଷ୍ଠା ଫଳରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଓଡ଼ିଶା ସମଗ୍ର ଭାରତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ଏହି କେନ୍ଦ୍ରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ଓଡ଼ିଶା ବର୍ଷ-ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ଚାଲିଛି, ଆମ୍ଭେଞ୍ଚର ଓଡ଼ିଶାର ପ୍ରଗତି ଯାତ୍ରାରଆଉ ଏକ ସଫଳ କାହାଣୀ” ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଆକ୍ସେଞ୍ଚର ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ଦ୍ବାରା ପ୍ରଭାବିତ ହୋଇ ଭୁବନେଶ୍ବରରେ ନିଜର ନିଜର ବୈଷୟିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛି। ଆମ ରାଜ୍ୟ ନୂତନ ଚିନ୍ତାଧାରା, ଉଚ୍ଚ ବଂ ନୂତନ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଇ ଦୃଢ଼ ଆତ୍ମବିଶ୍ବାସର ସହଆଗକୁ ଆଗେଇଚାଲିଛି। ମୋର ଦୃଢବିଶ୍ବାସ ଯେ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି ଓଡ଼ିଶାର ବିକାଶ ଯାତ୍ରାରେ ଅଗ୍ରସର ହେବ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ସେ କହିଥିଲେ, ଓଡ଼ିଶାରେ ଆମ୍ଭେଞ୍ଚରର ଏହି ନୂତନ କେନ୍ଦ୍ର ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଗତିଶୀଳ ପ୍ରୟାସର ଅନ୍ୟତମ ପ୍ରତିଫଳ। ଉଦ୍‌ଘାଟନୀ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ୫-ଟି (ଟ୍ରାନ୍ସଫର୍ମେସନ ଇନିସିଏଟିଭ୍ସ) ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା,ଆକ୍ଷେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ ଡ. ଭାସ୍କର ଘୋଷ,କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଅଜୟ ବିଜ୍ ଏବଂ ଶ୍ରୀ ମହେଶ ଜୁରାଲେ, ଗ୍ଲୋବାଲ ନେଟୱାର୍କ ଏବଂ ଲିଡ୍ – ଆଡଭାନ୍ସ ଟେକ୍ନୋଲୋଜି ସେଣ୍ଟର, ଇଣ୍ଡିଆଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ। ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଓଡ଼ିଶା ପ୍ରଯୁକ୍ତି ବିଦ୍ୟା, ଇଲେକ୍ଟ୍ରୋନିକ୍ସ, ଅତ୍ୟାଧୁନିକ ବୈଷୟିକ ଗବେଷଣା ଏବଂ କନସଲଟିଂ କମ୍ପାନିମାନଙ୍କ ପାଇଁ ନିବେଶ ନିମନ୍ତେ ଏକ ଆକର୍ଷଣୀୟ ରାଜ୍ୟ ପାଲଟିଛି। ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା ସେଣ୍ଟର ପ୍ରତିଷ୍ଠାଦ୍ବାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ। ଏହି ଅବସରରେ ଡ. ଭାସ୍କର ଘୋଷ, ଆକ୍ଳେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ କହିଲେ, ଓଡ଼ିଶାରେ ଏହି ନୂତନ ବୈଷୟିକ କେନ୍ଦ୍ରକୁ ପ୍ରତିଷ୍ଠା କରି ଆମେ ଖୁବ ଉତ୍ସାହିତ। ଓଡ଼ିଶା ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଦକ୍ଷ ପ୍ରତିଭାରେ ସମୃଦ୍ଧ। ରାଜ୍ୟର ସୁବ୍ୟବସ୍ଥିତ ପ୍ରଯୁକ୍ତିବିଦ୍ୟା ନୀତି,ସୁଦୃଢ଼ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ସହଯୋଗୀ ମନୋଭାବ ପାଇଁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ମୋର ଦୃଢ ବିଶ୍ବାସଯେ ଖୁବ ଶୀଘ୍ର ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ଟେକ-ସିଟି ଭାବରେ ଓଡ଼ିଶା ପରିଗଣିତ ହେବା ଏହା ବ୍ୟତୀତ ଭାରତରେ ଆମର ସଂପ୍ରସାରଣ ତଥା ଉପସ୍ଥିତି ବିସ୍ତାର କରିବାର ପ୍ରତିବଦ୍ଧତାକୁ ଆମେ ଏହି କେନ୍ଦ୍ର ପ୍ରତିଷ୍ଠାଦ୍ବାରା ସଫଳ ମଧ୍ୟ କରିପାରିଛୁ ଭୁବନେଶ୍ବରରେ ଆମର ଏହି ନୂତନ ବୈଷୟିକ କେନ୍ଦ୍ର କ୍ଲାଉଡ୍ କମ୍ପୁଟିଙ୍ଗ, ଡାଟା ଏନାଲିଟିକ୍ସ ଏବଂ ଏଆଇ ଇତ୍ୟାଦି ବ୍ୟବହାର କରି ଗ୍ରାହକମାନଙ୍କୁ ଅନନ୍ୟ ସେବା ଯୋଗାଇପାରିବ । ରାଜ୍ୟର ଅଭିବୃଦ୍ଧି କାହାଣୀରେ ଯୋଡିହେବା ସହିତ ନୂତନ ଉଦ୍ଭାବନ ଏବଂ ବିକାଶରେ ଯୋଗଦାନ କରିବାର ସୁଯୋଗକୁ ନେଇ ଆମେ ଉତ୍ସାହିତ। ଓଡ଼ିଶା ଟେକ୍ନୋଲୋଜି ସେଣ୍ଟରରେ ଅବସ୍ଥିତ ଆକ୍ଷେଞ୍ଚରର ଏହି ନୂତନ କେନ୍ଦ୍ର ୭୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ହୋଇଥିବା ବେଳେ, ପାଖାପାଖି ୨୦୦୦ କର୍ମଚାରୀ ହାଇବ୍ରିଡ ମଡେଲରେ କାମ କରିବା ପାଇଁ ଏହି କେନ୍ଦ୍ରରେ ସୁବିଧା ରହିଛି। ସୂଚନା ଯୋଗ୍ୟ ଯେ, ଓଡିଶାରେ ଆଲ୍ବେଞ୍ଚରର ଭବିଷ୍ୟତ ସଂପ୍ରସାରଣ ପାଇଁ ମଧ୍ୟ ଯୋଜନା ରହିଛି। ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର କହିଥିଲେ ଯେ, ଭୁବନେଶ୍ବରରେ ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣାର କାର୍ଯ୍ୟାଳୟ ପ୍ରତିଷ୍ଠା ଆମ ରାଜ୍ୟରସାମର୍ଥ୍ୟ ଉପରେ ନିବେଶକଙ୍କ ବିଶ୍ବାସକୁ ସୂଚିତ କରୁଛି। ଭୁବନେଶ୍ବରରେ ଆକ୍ଷେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର ରାଜ୍ୟର ଆଇ.ଟି.ଇକୋସିଷ୍ଟମ୍‌କୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶାର ଯୁବକ- ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ। ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ ପକ୍ଷରୁଆଇ.ଟି. / ଆଇ.ଟି.ଇ.ଏସ୍. ଓ ଇ.ଏସ୍.ଡି.ଏମ୍.କ୍ଷେତ୍ରରେ ରାଜ୍ୟକୁ ନିରନ୍ତର ବୃହତ୍ ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି। ଫଳରେ ନିକଟ ଅତୀତରେ ପ୍ରମୁଖ ଆଇଟି/ ଆଇଟିଇଏସ୍/ଇଏସଡିଏମଯଥା ଆଇବିଏମ୍, ପିଡବ୍ଲ୍ୟୁସି, ଡେଲୋଇଟ୍, କନକେସ୍ଟ୍ରିକ୍ସ, ହାପିଷ୍ଟ ମାଇଣ୍ତସ୍, ଇନଫୋସିସ୍ ବିପିଏମ, ସିନୋପ୍ସିସ୍, ଇଆୱାଇ, ଚର୍ବି, ଇଆଣୁୱାଇ ଏବଂ କଗ୍ନିଜେଣ୍ଟ ଭଳି ବିଶ୍ବସ୍ତରୀୟ ବହୁରାଷ୍ଟ୍ରୀୟ ସଂସ୍ଥା ରାଜ୍ୟରେ ସେମାନଙ୍କର ଗ୍ଲୋବାଲ ଡେଭଲପମେଣ୍ଟ ଏବଂ ଆଉଟସୋସିଂ ସେଣ୍ଟର ସ୍ଥାପନ କରିଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!