ମହାନଦୀର ଜଳସ୍ତର ବଢିବାରେ ଲାଗୁଛି

ମହାନଦୀର ଜଳସ୍ତର ବଢିବାରେ ଲାଗୁଛି

ଭୁବନେଶ୍ୱର:(କାଞ୍ଚନ ଟିଭି/ରୂପାଲୀ ନାୟକ) ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବା ବେଳେ ହୀରାକୁଦରୁ ଅଧିକ ଜଳ ନିଷ୍କାସିତ ହେଉଛି । ଏହି କାରଣରୁ ମହାନଦୀର ଜଳସ୍ତର ବଢିବାରେ ଲାଗୁଛି । ବନ୍ୟାଜଳ ବଡମ୍ବା ଭଟ୍ଟାରିକା ମନ୍ଦିରରେ ପଶିଛି । ଶୁକ୍ରବାର ବିଳମ୍ବିତ ରାତିରେ ମା’ ଭଟ୍ଟାରିକାଙ୍କୁ ରନôଗିରି ପାହାଡରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଶନିବାର ରାତିରେ ମନ୍ଦିର ବେଢାକୁ ପାଣି ପଶିଥିଲା । ବିଳମ୍ବିତ ରାତିରେ ମନ୍ଦିର ଭିତରେ ଫୁଟେ ଉଚ୍ଚର ବନ୍ୟାଜଳ ଦେଖିବାକୁ ମିଳିଥିଲା ।
କଟକ ଜିଲ୍ଲା ବାଙ୍କୀ ଓ ତିଗିରିଆ ବ୍ଲକର ପ୍ରାୟ ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଉତ୍ତର ବାଙ୍କୀର ଘୋଡାବର ନିକଟ ହୁଳୁହୁଳା ପୋଲ ଉପରେ ୪ ଫୁଟ ଓ କଇଁଆ ନାଳ ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ।
ଅପରପକ୍ଷେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ; ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ପଶିଛି । ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ ପ୍ରବଳ ବର୍ଷା ହୋଇ ପାଣି ଆସିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେ କହିଛନ୍ତି, ରାଜ୍ୟର ଜଳ ପରି·ଳନା ସମ୍ପୂର୍ଣ୍ଣ ଠିକ ଅଛି । ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ଅଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୪ ଲକ୍ଷ ୫୫ ହଜାର କୁ୍ୟସେକ୍ ବନ୍ୟାଜଳ । ବର୍ତ୍ତମାନ ହୀରାକୁଦରେ ୨୬ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଉଛି । ହୀରାକୁଦରେ ଏବେ ସମୁଦାୟ ୨୬ ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ବାମ ପଟୁ ୧୬ଟି ଓ ଡାହାଣ ପଟୁ ୧୦ଟି ଗେଟ୍ ଖୋଲାଯାଇଛି । ମୁଣ୍ଡଳୀରୁ ୭ଲକ୍ଷ କୁ୍ୟସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଆଉ ଦୁଇ ତିନି ଦିନ ଏମିତି ପାଣି ଅତିକ୍ରମ କରିବ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!