ମାଲକାନଗିରି ଜିଲ୍ଲାରେ ଡେଙ୍ଗୁରେ ୯ ଆକ୍ରାନ୍ତ ।
ମାଲକାନଗିରି:(କାଞ୍ଚନ ଟିଭି) ମାଲକାନଗିରି ଜିଲ୍ଲାରେ କ୍ରମାଗତ ଭାବେ ବର୍ଷା ଯୋଗୁଁ ମଶା ବଂଶ ଦ୍ରୁତ ଗତି ରେ ବୃଦ୍ଧି ପାଇଛି। ବିଭିନ୍ନ ନାଳ ନର୍ଦ୍ଦମା ସ୍ଥାନରେ ପାଣି ଜମି ରହିଥିବା ଫଳରେ ମଶା ଅଣ୍ଡା ଦେଇ ବଂଶ ବିସ୍ତାର କରିବାରେ ସହାୟକ ହୋଇଛି।ଫଳରେ ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାଲକାନଗିରି ପୌରାଞ୍ଚଳରେ ୨ ଜଣ, ବାଲିମେଳା ଏନଏସିରେ ଜଣେ, କୋରୁକୋଣ୍ଡା ବ୍ଲକ ରେ ୩ ଜଣ, କାଲିମେଳା ବ୍ଲକରେ ୨ଜଣ ଏବଂ ପଡିଆ ବ୍ଳକରେ ଜଣେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ୧୨୭୬ ଜଣଙ୍କୁ ଜ୍ବର ହୋଇ ଥିବା ବେଳେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେହିପରି ଆଜି ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ବେଳେ କେହି ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ରୋଗି ଚିହ୍ନଟ ହୋଇନଥିବା ଜଣାପଡିଛି।
ବର୍ତ୍ତମାନ ସନ୍ଧ୍ୟା ହେଲେ ମାଲକାନଗିରି ପୌରାଞ୍ଚଳରେ ପ୍ରବଳ ମଶା କାମୁଡିବା ବେଳେ ନାଁ କୁ ମାତ୍ର ଥରେ ଅଧେ ମଶା ଧୂଆଁ ଗାଡ଼ି କିଛି ୱାର୍ଡରେ ବୁଲି ଥିଲା। ଏଣୁ ଦୈନନ୍ଦିନ ସନ୍ଧ୍ୟା ସମୟରେ ମଶା ଧୂଆଁ ଗାଡ଼ି ବୁଲିଲେ ମଶା ମାନଙ୍କର ପ୍ରାଦୁର୍ଭାବ ହ୍ରାସ ପାଇଥିବା ବୋଲି ସାଧାରଣରେ ମତପ୍ରକାଶ ପାଇଛି।