
ମା ଗୋଜବାୟାଣୀଙ୍କୁ ଅନ୍ୟ ନାମ କଣ ? ଜାଣିଛନ୍ତି କି?
କେନ୍ଦ୍ରାପଡ଼ା:(କାଞ୍ଚନଟିଭି/ ଇପ୍ସିତା ନାୟକ) ଜିଲ୍ଲା ମାର୍ଶାଘାଇ ବ୍ଲକ ବାଘଡ଼ିଆ ଗ୍ରାମରେ ମା ଗୋଜବାୟାଣୀ ଙ୍କ ପିଠ ସ୍ଥାପିତ | ଏଠାକୁ କାହିଁ କେତେ ଦୂର ଦୁରାନ୍ତ ରୁ ରାଜ୍ୟ ର କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ମାନେ ନିଜର ମାନସିକ ରଖି ଧାଇଁ ଆସନ୍ତି ମା ଗୋଜବାୟାଣୀ ଙ୍କ ପାଖକୁ, ଏମିତି କି ରାଜ୍ୟ ବାହାରୁ ମଧ୍ୟ ଲୋକମାନେ ଆସିଥାନ୍ତି ଏହା ଗୋଟେ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାକୁ ଆଖ, ପାଖ ଲୋକମାନେ ବଣ ଭୋଜି କରିବାକୁ ମଧ୍ୟ ଆସିଥାନ୍ତି ।

ଲୋକମାନଙ୍କ ର ବିଶ୍ୱାସ ଯେ ମା ଗୋଜବାୟାଣୀ ଙ୍କ ପୀଠ କୁ ଯିଏ ଆସିଛନ୍ତି କେବେ ନିରାଶ ହୋଇ ଫେରି ନାହାନ୍ତି ଏମିତି କି କ୍ୟାନ୍ସର ଭଳି ମାରାତ୍ମକ ରୋଗ ମଧ୍ୟ ମା ଙ୍କ ର ଆଶୀର୍ବାଦ ରୁ ଭଲ ହୋଇଯାଇଥାଏ । ସେଠାକାର ଲୋକଙ୍କ କହିବା କଥା ଯେ ମା ଗୋଜବାୟାଣୀଙ୍କ ର ଅଲୌକିକ କୃପା ରହିଛି ଯେ ମନ୍ଦିର ଭିତରେ ଛା ଛା ଦୀପ ମଧ୍ୟ ଜଳେ | ଲୋକ କଥା ଅନୁଯାୟୀ, ପୂଜକ ମାନଙ୍କ କହିବା କଥା ଯେ ପ୍ରକୃତରେ ମା ଗୋଜବାୟାଣୀ ଙ୍କ ନାମ ହେଉଛି ମା ବଜ୍ର ମହାକାଳୀ କିନ୍ତୁ ମା ଗୋଜବାୟାଣୀ ଙ୍କ ପୀଠ ଗୋଜିଆ ସ୍ଥାନରେ ହୋଇଥିବାରୁ ଗୋଜବାୟାଣୀ ବୋଲି କୁହାଯାଏ | ମା ଙ୍କ ର ପ୍ରିୟ ଭୋଗ ଆମିଷ ଏବଂ ଖିରି, ପଞ୍ଚାଅମ୍ବୃତ ମଧ୍ୟ ମା ଙ୍କ ପାଖରେ ଭୋଗ ଲାଗି ହୁଏ, 1945 ମସିହା ପୂର୍ବରୁ ମା ଗୋଜବାୟାଣୀ ବାଘଡ଼ିଆ ଗ୍ରାମ ସ୍ଥାପିତ ହୋଇ ପୂଜା ପାଉଥିଲେ ଏବଂ 1992 ମସିହା ପରେ ମା ଙ୍କ ର ମହାତ୍ମ୍ୟ ବଢିବାକୁ ଲାଗିଥିଲା |

