ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଆରଏମସି ଅନ୍ତର୍ଗତ ଗୋରୁ ହାଟ ଯିବା ରାସ୍ତାରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ରହିଛି । କେତେବେଳେ ଦୁର୍ଘଟଣାର କାରଣ ହୋଇପାରେ ତାହା କହିବା ଅନିଶ୍ଚିତ ।
ଏହି ବାଟ ଦେଇ ପ୍ରତୋହ୍ୟ ଛାତ୍ରଛାତ୍ରୀ ସ୍କୁଲ ଆଉ କଲେଜ ଯାତାୟାତ କରଥାନ୍ତି । ଏହି ବିପଦ ସଙ୍କୁଳ ଟ୍ରାନ୍ସଫର୍ମର ନିକଟରେ ଛୋଟ ଶିଶୁ ଖେଳା ଖେଳି କରୁଥିବାର ଦେଖିବାକୁ ମିଳେ। ଏ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଗୃହପାଳିତ ପଶୁମାନେ ଆଶିବାର ସମ୍ଭାବନା ଅଛି।
ବିପଦ ହୋଇ ଛିଡା ହୋଇଥିବା ଟ୍ରାନ୍ସଫର୍ମର ସମ୍ପର୍କରେ ବିଦ୍ୟୁତ କର୍ମଚାରୀଙ୍କୁ ଅବଗତ କରାଯାଇଛି। ମୁଖ୍ୟ ରାସ୍ତା କଡ଼ରେ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର ଚାରିପଟେ ଦିଆଯାଇଥିବା ଲୁହା ଗ୍ରିଲ ପଡ଼ି ରହିଥିବାରୁ ଚୋରୀ ହେବା ଭୟ ମଧ୍ୟ ରହିଛି। ବିଦ୍ୟୁତ ବିଭାଗର ଏଭଳି ଖାମ ଖିଆଲ ମନୋଭାବ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କିନ୍ତୁ ଚାରିପଟେ ସୁରକ୍ଷା ବାଡ ଦିଆଯାଉ ନାହିଁ। କେତେବେଳେ ଧନ ଜୀବନ ହାନି ଘଟିବ କହିହେଉ ନାହିଁ। ତୁରନ୍ତ ଟ୍ରାନ୍ସଫର୍ମର ଚାରି ପାଖରେ ତାର ବାଡ କରିବାକୁ ଅଞ୍ଚଳ ବାସି ଦାବୀ କରିଛନ୍ତି।