ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ବେଖାତିର
ଯାଜପୁର :(କାଞ୍ଚନଟିଭି) ଗମନାଗମନର ସୁବ୍ୟବସ୍ଥା ପାଇଁ ସରକାରଙ୍କ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ଦୁର୍ନୀତି ଲାଗି ଏହି ଟଙ୍କା ର ସଠିକ ବ୍ୟବହାର ହୋଇପାରୁନାହିଁ । ଯାହାଫଳରେ ରାସ୍ତା ନିର୍ମାଣ କାମ ଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ଚର୍ଚ୍ଚା ହୋଇଥାଏ ।ସଡ଼କ ଯୋଜନାରେ ନିର୍ମାଣଧୀନ ରାସ୍ତା କାମରେ ଅନିୟମିତତା ଓ ଦୁର୍ନୀତି ହେଉଥିବା ଏକ ଖବର କାଞ୍ଚନ ଟିଭିରେ ପ୍ରଶାରିତ ହେବାପରେ ଠିକାଦାରଙ୍କ ଚିନ୍ତା ପସିଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବୁନ୍ଦାଦେଇପୁର ପଞ୍ଚାୟତର ରଘୁନାଥପୁର ଠାରୁ ମଧୁସୁଦନପୁର ଗ୍ରାମ ଉନ୍ନୟନ ବିଭାଗ ତରଫରୁ ହେଇଥିବା ରାସ୍ତା ମଝିରେ ଏକ କଲଭର୍ଟ ର ଏହି ଦୃଶ୍ୟ ।
ବିନା ସୁଚନା ଫଳକରେ ଠିକାଦାର ଅତି ନିମ୍ନମାନର କଲଭର୍ଟ କରି ଠିକାଦାର ନିଜର କାମକୁ ସାରିଦେଇଥିଲେ । ସରକାରୀ ଟଙ୍କା ହରିଲୁଟ୍ କରିବାର ଏହା ଏକ ନୂଆ ତରିକା । ବିନା ଫଳକରେ ନିମ୍ନ ମାନର କାମ କରି ସରକାରୀ ଟଙ୍କା ଠକି ନେଇଛନ୍ତି। ଯାହା ଦ୍ଵାରା ୫ ପଞ୍ଚାୟତ ବାସିଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ଅନୁରୋଧ ପରେ ମୁଖ୍ୟ ଶାସନ ସଚିବ ଏହାକୁ ତଦନ୍ତ କରି ପୁନଃ ନିର୍ମାଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମ ଉନ୍ନୟନ ବିଭାଗକୁ ଟୁଇଟ ମାଧ୍ୟମରେ ନିର୍ଦ୍ଦେଶ ଦେଲେ । ମାତ୍ର ବିଡ଼ମ୍ବନାର କଥା ଯେ ପ୍ରଶାସନିକ ସ୍ତରରେ ଉପଯୁକ୍ତ ତଦାରଖରେ ଅବ୍ୟବସ୍ଥା ସାଙ୍ଗକୁ ଏହି ପ୍ରକ୍ରିୟାରେ
ସ୍ବଚ୍ଛତା ଅଭାବ ଓ ଅନୀୟମୀୟତା କାରଣରୁ ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହେଉଥିବା କୁହାଯାଉଛି। ଉକ୍ତ ନିର୍ଦ୍ଦେଶକୁ ୧୨ ଦିନ ପରେ ଦସ୍ତଗୁଣ୍ଡ ଓ ମାଟି ପକାଇ କାମ ସାରିଦେଇଥିଲେ। କାଞ୍ଚନ ଟିଭିରେ ଖବର ପ୍ରକାଶିତ ହେବା ପରେ କି ଜାଣି ଶୁଣି ଠିକାଦାର ନିଜ ଭୁଲ୍ ଲୁଚାଇବାକୁ ଏଭଳି କରିଛନ୍ତି । ନିମ୍ନ ମାନର କାମ କରାଯାଉଥିବାରୁ ଏଭଳି ହୋଇଥିବା ଦେଖାଯାଉଛି। ପୂର୍ବରୁ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୂଖ୍ୟ ଶାସନ ସଚିବ ଏହାର ତଦନ୍ତ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ମାଣର ଅବସ୍ତାକୁ ଅନୁଧ୍ୟାନ କରି ସମସ୍ୟା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ତେବେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଠାରେ କାର୍ଯ୍ୟକାରୀ କରି ନଥିବା ସ୍ଥାନୀୟ ଅଂଚଳବାସି ଅଭିଯୋଗ କରିଛନ୍ତି। ବଡକଥା ହେଉଛି ରାସ୍ତା ନିର୍ମାଣର ସୂଚନା ଫଳକ ଲଗାଯାଇନାହିଁ । କେତେ ଅଟକଳ, କେତେ କିଲୋମିଟର ରାସ୍ତା ନିର୍ମାଣ ହେବ ତାର କୌଣସି ସୂଚନା ଲୋକେ ଜାଣିପାରୁ ନାହାନ୍ତି ଏଠି ମୋ ସରକାରଙ୍କ ଅନୁଦାନ ରାଶିକୁ କାହିଁକି ଓ କଣ ପାଇଁ ଏତେ ନିମ୍ନ ମାନର କାମ କରି କାମରେ ନିୟୋଜିତ ଥିବା ଠିକାଦାର ନିଜର ଭୁଲ୍ ଲୁଚାଇ ଖସି ଯିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରି ବିଭାଗରୁ ଅଧିକ ଟଙ୍କା ଖର୍ଚ୍ଚ ଦେଖାଇ ବିଲ କରୁଥିବା ନାମ ଉହ୍ୟ ରଖି ପ୍ରକାଶ କରିଛନ୍ତି । ବିନା ସୂଚନା ଫଳକରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ହାତ ଚିକଣ କରୁଥିବା ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରୁଛନ୍ତି। ସେହିପରି କାର୍ଯ୍ୟ ପୂର୍ବରୁ ସୂଚନା ଫଳକ ଲଗାଇବାର ନିୟମ ରହିଥିବା ବେଳେ ସୂଚନା ଫଳକର ଚିହ୍ନବର୍ଣ୍ଣ ନାହିଁ ।ତେବେ ଏହି ଘଟଣାର ଖୋଳତାଡ ହେଲେ ,ଆହୁରି ଏପରି ଅନୀୟମିତତା ଯେ ନବାହାରିବ, ଆସାଧୁ ଟିମର ଗୁମର ଯେ ନଫିଟିବ ତାହା କହିହେବନି।