ମୋଦି-ଜେଲେନସ୍କି ଆଲୋଚନା
ନୂଆଦିଲ୍ଲୀ:( କାଞ୍ଚନଟିଭି):
ସାମରିକ ଶକ୍ତି ଦ୍ୱାରା ହୋଇପାରିବନି ବିବାଦର ସମାଧାନ । ଏହି ବିବାଦର ଅତିଶୀଘ୍ର ଶେଷ ହେବା ଜରୁରୀ ଅଟେ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିରି ଜେଲେନସ୍କିଙ୍କ ସହ ଟେଲିଫୋନ ଜରିଆରେ ଏପରି ଆଲୋଚନା କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଫୋନ ଯୋଗେ ଦୁଇ ନେତାଙ୍କ ଆଲୋଚନା ବେଳେ ଜାତିସଂଘର ନିୟମାବଳି, ଆନ୍ତର୍ଜାତିକ ଆଇନ୍, ରାଷ୍ଟ୍ରର ସ୍ୱତନ୍ତ୍ରତା ଏବଂ ଆଞ୍ଚଳିକ ଐକ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ ମୋଦି । ତେବେ ପରମାଣୁ ଭୟବହତା ଉପରେ ଆଲୋକପାତ କରି ମୋଦି କହିଛନ୍ତି, ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ଲାଗି ଅଭିଶାପ ପାଲଟିଯିବ ।
ଏହାସହ ଶତ୍ରୁତା ଆଚରଣ ଛାଡ଼ି ଆଲୋଚନା ଏବଂ କୁଟନୀତି ଜରିଆରେ ବିବାଦର ଶୀଘ୍ର ସମାଧାନ ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଶାନ୍ତି ପାଇଁ ଭାରତ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଜେଲେନସ୍କିଙ୍କୁ କହିଛନ୍ତି ମୋଦି । ଏନେଇ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।
CATEGORIES ଦେଶ ବିଦେଶ
TAGS #ମୋଦି-ଜେଲେନସ୍କି