ମୋଦି ସାଙ୍ଗିଆ ମାନହାନୀ ମାମଲା: ରାହୁଲଙ୍କୁ ସୁପ୍ରିମ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ମୋଦି ସାଙ୍ଗିଆ ମାନହାନୀ ମାମଲା: ରାହୁଲଙ୍କୁ ସୁପ୍ରିମ ଆଶ୍ବସ୍ତି, ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ:(ବ୍ୟୁରୋ) ମୋଦି ସାଙ୍ଗିଆ ମାନହାନୀ ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ବସ୍ତି । ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଚୂଡାନ୍ତ ଶୁଣାଣି ନ ହେବା ଯାଏଁ ରୋକ୍ ଲଗାଇଛନ୍ତି କୋର୍ଟ । ୪ ବର୍ଷ ତଳର ଏହି ମାମଲାରେ ସୁରଟ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜ୍ଜା ଶୁଣାଇଥିଲେ । ଗୁଜୁରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖୁଥିଲେ । ଯାହାଫଳରେ ରାହୁଲଙ୍କ ଲୋକସଭା ସଦସ୍ୟତା ଫେରି ପାଇବାର ଆଶା ମଉଳି ଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆ ନେଇ ଆପତ୍ତିଜଣକ ମନ୍ଦିବ୍ୟ ଦେଇଥିଲେ । ‘ସବୁ ମୋଦି ସାଙ୍ଗିଆଧାରୀ ଚୋର’ ବୋଲି କହିଥିଲେ ରାହୁଲ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁରୁରାଟର ତତ୍କାଳୀନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମାମଲା ଦାୟର କରିଥିଲେ । ଏନେଇ କଂଗ୍ରେସ ନେତାଙ୍କ ବିରୋଧରେ ଅପରାଧୂକ ମାନହାନୀ ମାମଲା ରୁଜୁ ହୋଇଥିଲା ।

ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ସୁଟଚ ଜିଲ୍ଲା କୋର୍ଟ ଏହି ମୋଦି ସାଙ୍ଗିଆ ମାନହାନୀ ମାମଲାର ଶୁଣାଣି କରି ରାହୁଲଙ୍କ ଦୋଷୀ ସାବ୍ୟସ୍ତ କରିଥିଲେ । ଦୁଇ ୪ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଥିବା ବେଳେ ଏହାର କିଛି ସମୟ ପରେ ରାହୁଲଙ୍କ ଜାମିନ ମିଳିଥିଲା । କିନ୍ତୁ ଦଣ୍ଡାଦେଶ ଯୋଗୁଁ ତାଙ୍କର ସାଂସଦ ପଦ ରଦ୍ଦ ହୋଇଯାଇଥିଲା । ତଳ କୋର୍ଟ ରାୟ ବିରୋଧରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାତ୍ର ହାଇକୋର୍ଟ ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲା । ପରେ ଉଚ୍ଚ ଅଦାଲତଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସ ନେତା ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!