ମୋର ଦୋଷ ନା ଭାଗ୍ୟର ଦୋଷ

ମୋର ଦୋଷ ନା ଭାଗ୍ୟର ଦୋଷ

ଢେଙ୍କାନାଳ :(କାଞ୍ଚନ ଟିଭି) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁନୁଆ ପଞ୍ଚ୍ୟାୟତରେ ଓଡ଼ିଶା ପ୍ରସିଦ୍ଧ ମା ସୁକିଆ ବାଉତିଙ୍କ ମନ୍ଦିର ଅବସ୍ଥିତ । ଏବେ ବି ଏହି ପଞ୍ଚାୟତର ଲୋକମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ଏହି ପଞ୍ଚାୟତରେ ଦରବ ସାମଲ ବୟସ ୬୭, ଛେଳି ଚରାଇ ମୂଲ ଲାଗି ନିଜର ଗୁଜୁରାଣ ମେଣ୍ଟାନ୍ତି। ପୁରୁଣା ଆବାସ ତାଲିକାରେ ପଞ୍ଚାୟତରେ ୬୨ନମ୍ବର ନାମ ଥିଲା। ଏବେ ନୂଆ ତାଲିକାରେ ନାମ କାଟି ଦିଆଯାଇଛି। ଏ ବିଷୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓ ବି ଡି ଙ୍କୁ ଜଣାଇଥିଲେ ହେଲେ କେହି ତାଙ୍କ କଥା ଶୁଣୁ ନାହାନ୍ତି। ସରପଞ୍ଚ ଗୁହାରି କରିବାରୁ କହୁଛନି 20 ହଜାର ଦେଇ ପାରିବ ତା ହେଲେ ପ୍ରଧାନ ମନ୍ତ୍ରୀ ଆବାସ ଘର ଦିଆଯିବ।ସରକାରଙ୍କ ତରଫରୁ ବର୍ଦ୍ଧକ୍ୟ ଭତା ୨୦୨୧ରୁ ୨୦୨୩ଅପ୍ରେଲ ମାସ ପର୍ଯ୍ୟନ୍ତ ପାଇଥିଲେ ହେଲେ ତିନି ମାସ ହେବ ତାଙ୍କର ଭତା କାଟି ଦିଆଯାଇଛି। ପଞ୍ଚାୟତରେ ଅଭିଯୋଗ କଲେବି ତାଙ୍କ କଥା କେହି ଶୁଣୁ ନାହାନ୍ତି। ଅଞ୍ଚଳ ବାସୀଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫ଟିଙ୍କ ଦ୍ଵାରା ତଦନ୍ତ କରାଯାଇ ଦରବ ସାମଲଙ୍କୁ ନ୍ୟାୟ ଦିଆ ଯାଉ, ।ଢେ଼ଙ୍କାନାଳ ଜିଲ୍ଲାର ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!