ରକ୍ତଦାନ ଓ ସମାଜସେବା କରି ମାନବିକତା ଦେଖାଇଲେ  ଯୁବକ

ରକ୍ତଦାନ ଓ ସମାଜସେବା କରି ମାନବିକତା ଦେଖାଇଲେ  ଯୁବକ

ଢେଙ୍କାନାଳ:(କାଞ୍ଚନଟିଭି)– ପୂର୍ବରୁ ଅନେକ ଥର ସ୍ବେଚ୍ଛାସେବୀ କର୍ମଚାରୀମାନେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟ କରିବାର ବିଭିନ୍ନ ଦୃଷ୍ଟାନ୍ତମୂଳକ କାମ ଆମ ଆଖି ସାମ୍ନାକୁ ଆସିଛି । ଯାହାର ସଦ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି ଢ଼େଙ୍କାନାଳର ଜିଲ୍ଲା ହିନ୍ଦୋଳ ବ୍ଲକର ସ୍ବେଚ୍ଛାସେବୀ କର୍ମଚାରୀଙ୍କ ମାନବିକତା ପାଇଁ ଜଣେ ଗୁରୁତର ରୋଗୀଙ୍କ ବହୁମୂଲ୍ୟ ଜୀବନ ବଂଚିଯାଇପାରୁଛି ।ସୂଚନାଅନୁଯାୟୀ ,ଅନେକ ସମୟରେ ରକ୍ତହୀନତାରେ ରୋଗୀଙ୍କ ପାଇଁ ଖାହୁରିଆକଟା ନିବାସୀ ଶ୍ରୀକାନ୍ତ ସାହୁ ପିତା – ଶ୍ରୀ ନିତ୍ୟାନନ୍ଦ ସାହୁ ବିଭିନ୍ନ ସମୟରେ ରକ୍ତଦାନ ଓ ସମାଜସେବା କରନ୍ତି। ଅନେକ ସମୟରେ ରକ୍ତାଭାବ କାରଣରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡେ ଏବଂ ତାଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ଦରକାର ପଡେ । ଏହି ସମୟରେ ଢେ଼ଙ୍କାନାଳ ଜିଲ୍ଲା ସ୍ଵେଚ୍ଛାସେବୀ ସଂସ୍ଥାରେ ନିଜକୁ ସାମିଲ କରି ସମାଜସେବା କରିବା ସହିତ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି। କାର୍ଯ୍ୟରତ ଶ୍ରୀକାନ୍ତ ସାହୁ ଏପର୍ଯ୍ୟନ୍ତ ୪୨ଥର ରକ୍ତଦାନ କରିସାରିଲେଣି ,ଆଗକୁ ମଧ୍ୟ ସେ ଏହି ସେବା ଧର୍ମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ତାହା ସହ “ଛୋଟ ଏକ ପ୍ରୟାସ ” ନାମକ ସ୍ଵଚ୍ଛାସେବୀ ଅନୁଷ୍ଠାନ ସହିତ ଜଡିତ ହୋଇ ସମାଜର ସେବା କରିବା ସହିତ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି। ସମାଜସେବୀଙ୍କ ଏଭଳି ମାନବିକତା ପାଇଁ ସେମାନେ ସର୍ବସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!