ଥରୁଥିବା ହାତକୁ ଲୁଚାଉଥିବା ପାଣ୍ଡିଆନଙ୍କ ସନ୍ୟାସ
ବ୍ୟୁରୋ: ରାଜନୀତିରୁ ସନ୍ୟାସ ନେଲେ ଭିକେ ପାଣ୍ଡିଆନ । ନିର୍ବାଚନରେ ବିଜେଡିର ପରାଜୟ ପରେ ଭିଡିଓ ବାର୍ତ୍ତା ଜରିଆରେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି ପାଣ୍ଡିଆନ । ନିଜ ସୋସିଆଲ ମିଡ଼ିଆରେ ଏକ ୪.୨୭ ସେକେଣ୍ଡର ଭିଡିଓ ବାର୍ତ୍ତା ଜାରି କରି ନିଜ ରାଜନୀତି ଏବଂ ଚାକିରୀ ଜୀବନ ବିଷୟରେ ବର୍ଣ୍ଣନା କରିଛନ୍ତି । ଦୀର୍ଘ ଦିନ ଓଡିଶା ମାଟିରେ ଯୋଡି ହୋଇ ଓଡିଶା ବାସୀଙ୍କ ସେବା କରିବା କଥା କହି ଶେଷରେ ବିଜୁ ଜନତା ଦଳର ପରାଜୟ ପରେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ କ୍ଷମା ମାଗିଛନ୍ତି । ସୂଚନା ଅନୁଯାୟୀ ଆଇଏସ ଚାକିରିରୁ ଅବସର ନେବା ପରେ ଗତବର୍ଷ ନଭେମ୍ବର ୨୭ରେ ବିଜେଡିରେ ଯୋଗ ଦେଇଥିଲେ ପାଣ୍ଡିଆନ। ତେବେ ଏକ ନିର୍ବାଚନୀ ସଭାରେ ପାଣ୍ଡିଆନ ଘୋଷଣା କରିଥିଲେ ଯେ, ଯଦି ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ୟାସ ନେଇଯିବେ । ତେବେ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି ।