ରାଜ୍ୟ ଆଇନଜୀଵୀ ପରିଷଦର ନବ ନିର୍ବାଚନ
କଟକ:(ସ୍ଵାତୀ ପ୍ରିୟା ଦାସ) ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟନିର୍ବାହୀକମିଟି ସଦସ୍ୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି | କମିଟିର ମୋଟ ୫ଟି ସଦସ୍ୟ ପଦ ପାଇଁ ୬ଜଣ ନାମ ନାମାଙ୍କନପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ଯରୁ ଅରୂପାନନ୍ଦ ଦାସ, ବିଭୁ ପ୍ରସାଦ ତ୍ରିପାଠୀ, ଧନଞ୍ଜୟ ମୁଣ୍ଡ, ସଞ୍ଜିତ କୁମାର ପାଣିଗ୍ରାହୀ ଓ ତପନ କୁମାର ବିଶ୍ଵାଳ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ପ୍ରସନ୍ନ କୁମାର ପାଢ଼ୀ ପରାଜିତ ହୋଇଛନ୍ତି। ପ୍ରକାଶଥାଉକି ରାଜ୍ୟ ଆଇନୀଜୀବୀ ପରିଷଦର ମୋଟ ୧୧ଟି କମିଟି ମଧ୍ୟରୁ ୧୦ଟି କମିଟିରେ ବିଭିନ୍ନ ସଦସ୍ୟ ନିର୍ବ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ କେବଳ କାର୍ଯ୍ୟନିର୍ବାହୀ କମିଟି ପାଇଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନକୁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଆଇନଜୀବୀ ପରିଷଦର ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ପରିଚାଳନା କରିଥିଲେ। ସହ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନୀଜୀବୀ ପ୍ରଫୁଲ୍ଲ କୁମ କୁମାର ରଥ ଓ ବାସୁଦେବ ପୂଜାହାରୀ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ।