ରାଜ୍ୟ ବାର୍ କାଉନ୍‌ସିଲ୍ ନିର୍ବାଚନ ଚତୁର୍ଥ ଥର ପାଇଁ ସୀତାଂଶୁ ମୋହନ ଦ୍ବିବେଦୀ ନିର୍ବାଚିତ

ରାଜ୍ୟ ବାର୍ କାଉନ୍‌ସିଲ୍ ନିର୍ବାଚନ ଚତୁର୍ଥ ଥର ପାଇଁ ସୀତାଂଶୁ ମୋହନ ଦ୍ବିବେଦୀ ନିର୍ବାଚିତ

କଟକ/ଭୁବନେଶ୍ୱର:(କାଞ୍ଚନ ଟିଭି) ରାଜ୍ୟ ବାର୍ କାଉନ୍‌ସିଲ୍ ନିର୍ବାଚନ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଶେଷ ହୋଇଛି। ଏଥିରେ ୯୬ଜଣ ପ୍ରାର୍ଥୀ ପ୍ରତିଦ୍‌ଦିତା କରିଥିଲେ। ରାଜ୍ୟ ବାର୍ କାଉନ୍‌ସିଲ୍ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର ବାର୍ ଆସୋସିଏସନ୍‌ର ଯୁବ ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ୨୦୦୨ ଏବଂ ୨୦୦୮ରେ ହୋଇଥିବା ରାଜ୍ୟ ବାର୍ କାଉନ୍‌ସିଲ୍ ନିର୍ବାଚନରେ ଶ୍ରୀ ଦ୍ବିବେଦୀ ସର୍ବାଧ‌ିକ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ୨୦୧୩ ଏବଂ ୨୦୨୩ ମସିହାରେ ଶ୍ରୀ ଦ୍ବିବେଦୀ ମ୍ୟାଜିକ୍ ନମ୍ବର ଭୋଟ୍ ପାଇ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାରୁ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ୧୦ ବର୍ଷ ଧରି ହୋଇପାରୁ ନ ଥ‌ିବାରୁ ଆବେଦନକାରୀ ଶ୍ରୀ ଦ୍ବିବେଦୀ ଉଚ୍ଚ ନ୍ୟାୟାଳୟଙ୍କ ଅଦାଲତରେ ଆବେଦନ କରିଥିଲେ। ଯେଉଁଥିରେ କି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ପ୍ରମଥ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନ ସମାପନ ହେବା ସହିତ ଭୋଟ୍ ଗଣତି କାର୍ଯ୍ୟକ୍ରମ ଚାଲୁ ରହିଛି। ରାଜ୍ୟ ବାର୍ କାଉନ୍ସିଲର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଆଇନଜୀବୀଙ୍କର ବହୁଦିନର ଦାବି ତଥା କଲ୍ୟାଣପାଣ୍ଠି, ମ୍ୟାଚିଂଗ୍ରାଣ୍ଡ୍ ବୃଦ୍ଧି, ସ୍ବାସ୍ଥ୍ୟବୀମା, ଆଡଭୋକେଟ୍ ଏକାଡେମୀ ପ୍ରତିଷ୍ଠା କରିବାକୁ ଦାବିର ଉପସ୍ଥାପନା କରି ରାଜ୍ୟ ଆଇନଜୀବୀଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ କରିବାକୁ ଦୃଢ଼ ପରିକର ବୋଲି ଶ୍ରୀ ଦ୍ଵିବେଦୀ ଜଣାଇଛନ୍ତି। ସୀତାଂଶୁ ମୋହନ ବାର୍ କାଉନ୍‌ସିଲ୍‌ର ଏଠାରେ ସୂଚାଯୋଗ୍ୟ, ରାଜ୍ୟ ବାର୍ କାଉନ୍‌ସିଲ୍ ସଭ୍ୟ ହିସାବରେ ପ୍ରଥମ ପସନ୍ଦରେ କ୍ରମାଗତ ଭାବେ ନିର୍ବାଚନ ପ୍ରତି ୫ବର୍ଷ ବ୍ୟବଧାନରେ ହେବାର ୪ର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାରୁ ବିଭିନ୍ନ ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ଅନିର୍ଦ୍ଦିଷ୍ଟ କାରଣ ପାଇଁ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!