ରାହୁଲ ଗାନ୍ଧିଙ୍କୁ ଜେଲ୍ ଦଣ୍ଡ ବିରୋଧରେ କଂଗ୍ରେସର ପ୍ରତିବାଦ
ବୌଦ୍ଧ:(କାଞ୍ଚନ ଟିଭି) ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦେବାଶିଷ ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ସରକାରର ଚକ୍ରାନ୍ତକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି l ଜିଲା ସଭାପତି ନବକୁମାର ମିଶ୍ରଙ୍କ ଅଧକ୍ଷତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ଆଇ ସି ସି ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ କେନ୍ଦ୍ରର ମୋଦି ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ଅଭିଯୋଗ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପିସିସି ତରଫରୁ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ମୁଖପାତ୍ର ନିଶିକାନ୍ତ ମିଶ୍ର ଓ ଏ ଆଇ ସି ସି ସଦସ୍ୟ ବିସ୍ମୟ ମହାପାତ୍ର ଯୋଗ ଦେଇ ମୋଦି ସରକାରଙ୍କ କଳା କାରନାମା ସବୁ ପଦାରେ ପକାଇ ଦେଉଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ସରକାର ବଡ ଧରଣର ଷଡଯନ୍ତ୍ର କରିଛନ୍ତି ପୁଣି କେନ୍ଦ୍ର ସରକାର ଏବଂ ଆଦାନୀ ସମ୍ପର୍କକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଲ୍ରାହୁଳ ଗାନ୍ଧୀ ଦେଶ ପାଇଁ ଲଢୁଥିଲେ.ଦୀର୍ଘ ୬୦ବର୍ଷ ଭିତରେ ଯାହା ନ ହୋଇଥିଲା ୯ବର୍ଷ ଭିତରେ ନରେନ୍ଦ୍ର ମୋଦି କରିଦେଇଛନ୍ତି.ଦେଶବାସୀଙ୍କ ସମ୍ପତ୍ତିକୁ ନିଜର ବନ୍ଧୁ ଆଦାନି ହାତରେ ଟେକିଦେବା ପରେ ରହୂଲଗାନ୍ଧୀ ତା ବିରୁଦ୍ଧରେ ସ୍ୱର ଉଠାଇବାରେ ତାଙ୍କର ଭୁଲ ହୋଇଥିଲା.ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କର ଗୁମର ଖୋଲିବାରେ ପ୍ରଥମ ବ୍ୟକ୍ତି ରାହୁଲଗାନ୍ଧୀ ଓ ଦ୍ୱିତୀୟ ବ୍ୟକ୍ତି ଅରବିନ୍ଦ କେଜ୍ରିୱାଲ.ସାରା ଭାରତ ବର୍ଷରେ ଏହି ଦୁଇଜଣ ମୋଦିଙ୍କର ପରମ ଶତ୍ରୁ .ସେଥିପାଇଁ ରାସ୍ତାରୁ ହଟାଇବାକୁ ଯୋଯଜନାକରୀ ରାହୁଲ ଗାନ୍ଧୀଙ୍କୁ ଜେଲ ଭରିବାର ଯୋଜନା ଏବଂ ତାଙ୍କର ସଂସଦ ପାଦ ରାଢ଼ କରି ନରେନ୍ଦ୍ର ମୋଦି ଭାବୁଥିବେ ରାସ୍ତାରୁ କଣ୍ଟା ପଳାଇଗଲା.କିନ୍ତୁ ମୋଡ଼ିବାବୁ ମନେରଖିବେ ଦରକାର ରାହୁଲ ଗାନ୍ଧୀଙ୍କପରି ଲକ୍ଷାଧିକ ରାହୁଲ ଗାନ୍ଧୀ ତୁମ ସହିତ ଲଢ଼ିବାକୁ ପ୍ରସ୍ତୁତ ହୋଇଗଲେଣି ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ର, ଜିଲ୍ଲା ମୁଖପାତ୍ର ଶାନ୍ତନୁ ମହାପାତ୍ର ,ପିସିସି ସଦସ୍ୟ ଗଣେଶ ଅଗ୍ରୱାଲ, ଅର୍ଜୁନ ମହାନନ୍ଦ , ଶିବ ବେହେରାଙ୍କ ସମତେ ଦଳୀୟ କର୍ମକର୍ତା ଓ କର୍ମୀ ମାନେ ସାମିଲ ହୋଇ ପ୍ରକାଶ କରିଥିଲେ..