ରୂପଚର୍ଯ୍ୟା
ସବୁଦିନ ଏମିତି କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ, ଯାହାର ସହଜ ସମାଧାନ ହୋଇପାରିବ। କିନ୍ତୁ ଏହା ଆମକୁ ଜଣା ନ ଥାଏ। ଏ ନେଇ କେତୋଟି ଟିପ୍ସ ଆପଣେଇ ପାରନ୍ତି।
ଯଦି ଆପଣଙ୍କ କେଶ ଓଦା ହୋଇଛି ତାକୁ କମ୍ ସମୟରେ ଶୁଖାଇବା ଏତେ ସହଜ ହୋଇ ନ ଥାଏ। ଏଥିଲାଗି ଓଦା କେଶକୁ ଏକ ଟାଓ୍ବେଲ୍ରେ ଗୁଡ଼ାଇ ରଖିବା ପରେ ତାକୁ ଡ୍ରାୟର ସାହାଯ୍ୟରେ ଶୁଖାନ୍ତ।
ଟାଣ ନଖକୁ କାଟିବା ସହଜ ହୋଇ ନ ଥାଏ। କେବେ କେବେ ଆମ ନଖ ଏତେ ଟାଣ ହୋଇଯାଇଥାଏ ଯେ ତାକୁ କାଟିବା ଓ ସେପ୍ ଦେବା ଏତେ ସହଜ ହୋଇ ନ ଥାଏ। ଗାଧୋଇବା ସମୟରେ ଆପଣଙ୍କ ନଖକୁ କିଛି ସମୟ ପାଣିରେ ବୁଡ଼ାଇ ରଖନ୍ତୁ। ପୁଣି କାମ କରନ୍ତୁ ଯେମିତିକି କପଡ଼ା ସଫା କରିବା,ବାସନ ମଜା ଏବଂ ଆଉ କିଛି କାମ କରିପାରିବେ। ଏହାପରେ ନଖ ନରମ ହୋଇଯାଏ, ଯାହାଦ୍ୱାରା ନଖ ଶେପ୍ ଦେବା ଏବଂ କାଟିବା ସହଜ ହୋଇଯିବ।
ଆଜିକାଲି ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି ଏଥିପାଇଁ ବିଭିନ୍ନ ପ୍ରକାର ବିଉଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି, ଏଥିସହ ଫେସିଆଲ୍ କରିଥାନ୍ତି। ଫେସିଆଲ୍ କରିବା ସମୟରେ କିଛି କଥା ଉପରେ ନଜର ଦେବା ନିହାତି ଜରୁରୀ। ଆପଣ ଲକ୍ଷ୍ୟକରିଥିବେ କି ଯେତେବେଳେ ଫେସିଆଲ୍ କରୁଛନ୍ତି ସେହି ସମୟରେ ଆପଣଙ୍କ ମୁହଁ ଲାଲ୍ ହୋଇଯାଉଛି। ତେବେ ଏହି ସମୟରେ ସ୍ପ୍ରେ ବଟଲ ସାହାଯ୍ୟରେ ମୁହଁକୁ ଥଣ୍ଡା ପାଣିରେ ସ୍ପ୍ରେ କରନ୍ତୁ। ଏପରି କଲେ ମୁହଁ ଜ୍ୱଳନ ହେବନାହିଁ।
ଆପଣଙ୍କୁ ଯଦି କେଉଁଠିକୁ ଯିବାର ଥାଏ ତେବେ ଆପଣ ନେଲ୍ପଲିସ୍ ଲଗାଇଲେ ତାହା ସହଜରେ ଶୁଖି ନ ଥାଏ। ଏଥିପାଇଁ ଆପଣ ପ୍ରଥମେ ନେଲ୍ପଲିସ୍ ଲଗାଇ ତାକୁ କିଛି ସମୟ ପାଣିରେ ବୁଡ଼ାଇ ଦିଅନ୍ତୁ। ଏହାଦ୍ୱାରା ନେଲ୍ପଲିସ୍ ଜଲ୍ଦି ଛାଡ଼ି ନ ଥାଏ ଓ ଶୁଖାଇବାକୁ ହେଲେ ହେୟାର ଡ୍ରାଏ ବ୍ୟବହାର କରିପାରିବେ।
କେଶ ଧଳା ହୋଇଯାଇଥିଲେ।
ଯଦି ଆପଣଙ୍କୁ ଜଲ୍ଦି ଯିବାର ଅଛି କୌଣସି ମିଟିଂ କିମ୍ବା ପାର୍ଟିରେ, ତେବେ ସେ ସମୟରେ ତ ଆପଣ କେଶକୁ କଲର କରିପାରିବେ ନାହିଁ। ଏଥିଲାଗି ଆପଣ ନିଜର କିଛି ବିଉଟି ପ୍ରଡକ୍ଟ ବ୍ୟବହାର କରି ଧଳା କେଶକୁ କଳାପାରିବେ। ଯେମିତିକି ମସ୍କରା ବ୍ୟବହାର କରି ଧଳା କେଶକୁ କଳା କରିପାରିବେ।