ଲୁଟିନେଲେ ଶ୍ମଶାନ ଟଙ୍କା ଶବକୁ ମିଳୁନି ସମ୍ମାନ ରାସ୍ତାରେ ଶବ ରଖି ପ୍ରତିବାଦ

ଲୁଟିନେଲେ ଶ୍ମଶାନ ଟଙ୍କା ଶବକୁ ମିଳୁନି ସମ୍ମାନ ରାସ୍ତାରେ ଶବ ରଖି ପ୍ରତିବାଦ

କଟକ:(କାଞ୍ଚନ ଟିଭି) ଶ୍ମଶାନ ଟଙ୍କା ହରିଲୁଟ ହେତୁ ଶବକୁ ମିଳିଲାନି ଶେଷ ସମ୍ମାନ ରାସ୍ତାରେ ଶବ ରଖ୍ ପ୍ରତିବାଦ ଶବ ପାଇଁ ନାହିଁ ସରକାରଙ୍କ ସମ୍ମାନ କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ଶ୍ମଶାନ ଅଧାପନ୍ତରିଆ ଭାବେ ପଡ଼ିରହିଛି ୪ବର୍ଷ ହେଲା jeଙ୍କ ନାମରେ ୱାର୍କ ଅର୍ଡର ଥ‌ିବାବେଳେ ସମସ୍ତ ଟଙ୍କା ଉଠିଛି କିନ୍ତୁ କାମ ସରିନାହିଁ।ଦେଖୁବା ରିପୋର୍ଟ ଧରପଡ଼ିଲା ସରକାରଙ୍କ ମିଛ ବିକାଶର ଚିତ୍ର ଜନ୍ମ ଠାରୁ ମୃତ୍ୟୁ ଯୋଜନାର ଉଡ଼ିଲା ଧଜିଆ ଜଳ ଜଳ ଦୁର୍ନୀତିକୁ କିଏ ଘୋଡାଉଛି ଘଣ୍ଟ? କଣ ପାଇଁ ହେଉନି କାର୍ଯ୍ୟାନୁଷ୍ଠାନ?କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବାଲିପଡା ଆଦର୍ଶ ଗ୍ରାମର ନୟନା ମଲ୍ଲିକ ବୃଦ୍ଧ ୭୦ବର୍ଷଙ୍କର ମୃତ୍ୟୁ ହେବା ଫଳରେ ଶବ ସତ୍କାର ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପରିବାର ବର୍ଗ ଏବଂ ଗ୍ରାମବାସୀ ୪ବର୍ଷ ହେଲାଣି ଅଧାପନ୍ତରିଆ ଭାବେ ଶ୍ମଶାନ ନିର୍ମାଣ କରି ବିଲ ନେଇ ଚାଲିଯାଇଛି ଠିକାଦାର ଆଉ ଶ୍ମଶାନକୁବି ନାହିଁ ରାସ୍ନା ଫଳରେ ଗ୍ରାମବାସୀ ମାନେ ରାସ୍ତାରେ ଶବ ରଖ୍ ପ୍ରତିବାଦ କରିଛନ୍ତି।ଶ୍ମଶାନ ଅର୍ଥନିର୍ମିତ ହୋଇ ପଡ଼ିରହିବା ହେତୁ ଗ୍ରାମରେ ଦେଖାଦେଇଛି ଅସନ୍ତୋଷ ଶବର ଅନ୍ତେଷ୍ଟି କ୍ରିୟା ହୋଇପାରୁନଥ‌ିବା ବେଳେ କାଦୁଅ ରାସ୍ତାରେ ଯିବାକୁ ପଡୁଚି ବର୍ଷା। ଖରାର ରହୁଚି ଭୟ2019-20 ଆର୍ଥିକ ବର୍ଷରେ ପଞ୍ଚାୟତ 2.5 ଲକ୍ଷ ଏବଂ ଜିଲ୍ଲାପରିଷଦୀ1.25ଲକ୍ଷ ଆର୍ଥିକ ଅନୁଦାନରେ ମୋଟ3ଲକ୍ଷ 75ହଜାର ଟଙ୍କା ଆର୍ଥିକ ଅନୁଦାନ ହୋଇ ମଧ୍ୟ କାର୍ଯ୍ୟ ସରିନଥ‌ିବା ହେତୁ ଏଠାରେ ମିଥ୍ୟା ବିଲ କରି ବିଜେଡି ନେତା ଏବଂ ବିଭାଗୀୟ ଅଧିକାରୀ ଟଙ୍କା ହରିଲୁଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି।ତେବେ କଣ ପାଇଁ 4ବର୍ଷ ହେଲାଣି ପ୍ରଶାସନ ଚୁପ୍ ରହିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଆଜିର ଏହି ରାସ୍ତା ରୋକ ସମୟ ରେ କଣ୍ଟାପଡ଼ା bdo ସାଗର ପାଲ ଏବଂ ଗୋବିନ୍ଦପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି 7ଦିନ ମଧ୍ୟରେ ଶ୍ମଶାନ କାର୍ଯ୍ୟ ଆରମ୍ଭ ର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।ଉପସ୍ଥିତ ଥ‌ିବା ସ୍ଥାନୀୟ ସରପଞ୍ଚ ବିଜେଡି ନେତ୍ରୀ ସୁମିତ୍ରା ପାଢ଼ୀ ଏବଂ ଜିଲ୍ଲାପରିଷଦ ପୀୟୁଷ ମିଶ୍ର ତଥାକଥ୍ତ ଭାବେ କାର୍ଯ୍ୟ ହେବ ବୋଲି କହିଥ‌ିବା ବେଳେ ବାସ୍ତବରେ ଦୁର୍ନୀତିର ର କେତେ ତଦନ ହେଉଛି ଏବଂ ପଡିରହିଥ‌ିବା ଶ୍ମଶାନ ର ନିର୍ମାଣ କାର୍ଯ୍ୟ କେବେ ସମାପ୍ତ ହେଉଛି ଦେଖ‌ିବାକୁ ବାକି ରହିଲା।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!