ଲେମ୍ବୁ ପାଣି ପିଉଥିଲେ ସାବଧାନ

ଲେମ୍ବୁ ପାଣି ପିଉଥିଲେ ସାବଧାନ

ଲେମ୍ବୁ :ସାଧାରଣତଃ ଲେମ୍ବୁ ପାଣି ପିଇବା ଅଧିକାଂଶଙ୍କୁ ଭଲ ଲାଗେ। ସ୍ୱାସ୍ଥ୍ୟ ପାଇଁ ଏହା କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ। ସକାଳୁ ଉଠି ଗରମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ। ଏହା ଆମକୁ ଫିଟ୍‌ ରଖିବାରେ ସହାୟତା କରେ। ଏଥିସହ ଲେମ୍ବୁ ଖାଦ୍ୟ ହଜମ କରିବାରେ ସହାୟତା କରେ। ଯଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଇଥାଏ। ଏତେ ସବୁ ଲାଭ ଥିବା ସତ୍ତ୍ୱେ ବି ଲେମ୍ବୁପାଣି ଆମ ପାଇଁ ବିପଦ ହୋଇପାରେ। ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ହୋଇଥାଏ। ଲେମ୍ବୁ ପାଣିକୁ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ଏହା ଆମ ଶରୀରକୁ ଲାଭ ପହଞ୍ଚାଇବା ବଦଳରେ କ୍ଷତି ପହଞ୍ଚାଇଥାଏ।

– ଲେମ୍ବୁ ହେଉଛି ଭିଟାମିନ୍‌-ସି’ର ଗନ୍ତାଘର। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି’ ରହିଛି। ତେବେ ଲେମ୍ବୁର ଅତ୍ୟଧିକ ପ୍ରୟୋଗ ଦ୍ୱାରା ଆମ ଶରୀରରେ ନ୍ୟୁଟ୍ରିଏଣ୍ଟ ସ୍ତର ବଢ଼ିଯାଏ। ଏହା ଆମକୁ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା ଅନେକ ଅଙ୍ଗ ଅକାମୀ ହୋଇଯିବା ବିପଦ ରହିଛି। ଏଥିପାଇଁ ଡାକ୍ତରମାନେ ଲେମ୍ବୁକୁ ସୀମିତ ମାତ୍ରାରେ ସେବନ କରିବାକୁ ପରାମର୍ଶ ଦେଇଥା’ନ୍ତି।
ଭିଟାମିନ୍‌-ସି’ର ମାତ୍ରା ଅତ୍ୟଧିକ ବଢ଼ିବା ଦ୍ୱାରା ଆସିଡି୍‌କ୍‌ ସିକ୍ରେସନ୍‌ ବଢ଼ିବା ଭୟ ରହିଥାଏ। ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ବାନ୍ତି, ଝାଡ଼ା ଭଳି ସମସ୍ୟା ହୋଇଥାଏ। ଏପରିକି ପେଟରେ ଯନ୍ତ୍ରଣା ମଧ୍ୟ ହୁଏ। ଯେଉଁମାନେ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସରେ ପୀଡିତ, ସେମାନେ କମ୍ ଲେମ୍ବୁ ପାଣି ପିଇବା ଉଚିତ୍।

-ଅନେକ ଥର ଲେମ୍ବୁ ଜରିଆରେ ପାଟିରୁ ଦୁର୍ଗନ୍ଧ ଏବଂ ଦାନ୍ତ ସଫା କରାଯାଏ। କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଅନ୍ତି, ତା’ହେଲେ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ପାଟିରେ ଘା’ ସୃଷ୍ଟି କରିପାରେ। ପାଟି ଭିତରେ ଜଳାପୋଡା ମଧ୍ୟ ହୁଏ।
-ଅତ୍ୟଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତ କ୍ଷୟ ହୋଇପାରେ। ତେଣୁ ଯେବେବି ଆପଣ ଲେମ୍ବୁ ପାଣି ପିଉଛନ୍ତି ଷ୍ଟ୍ର ବ୍ୟବହାର କରନ୍ତୁ। କାରଣ ଏହାଦ୍ୱାରା ଦାନ୍ତ ସହିତ ଲେମ୍ବୁ ରସର ସମ୍ପର୍କ କମ୍ ରହିବ ଓ ଦାନ୍ତ ଦୁର୍ବଳ ହେବ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ହୃଦଘାତ ଆଶଙ୍କା କମ୍‌ କରିଥାଏ ଏହି ସୁପରଫୁଡ୍‌, ନିଜ ଡାଏଟ୍‌ରେ କରନ୍ତୁ ସାମିଲ

ଓଜନ କମାଇବାକୁ ଚାହୁଁଛନ୍ତି କି? ତାହାଲେ ଏହି ସମୟରେ ଭୋଜନ କରନ୍ତୁ।

ପିଜା ସାଜିବ ଘାତକ, ଥରେ ଖାଇଲେ ଆୟୂଷ କମିବ ୭.୮ ମିନିଟ୍‌।

ବର୍ଷା ଦିନେ କେଉଁ ପରିବା ଖାଇଲେ କ’ଣ ଲାଭ ମିଳିବ।

ଗର୍ଭାବସ୍ଥାରେ ଅମୃତଭଣ୍ଡା, ସପୁରୀ ଖାଇବା ମନା କି? ଜାଣନ୍ତୁ, କ’ଣ କହୁଛନ୍ତି ବିଶେଷଜ୍ଞ।

ବର୍ଷା ଦିନେ ଦହିକୁ କୁହନ୍ତୁ ନା’, ନଚେତ ହୋଇପାରେ ଘାତକ।

ଏକ ଗୋଡ଼ରେ ୧୦ ସେକେଣ୍ଡ ଠିଆ ନ ହୋଇ ପାରିଲେ ମୃତ୍ୟୁ ଆଶଙ୍କା ଅଧିକ !

କ୍ୟାନ୍‌ସର ପରେ ଏବେ ଏଡସ୍‌! ମାତ୍ର ଗୋଟିଏ ଟିକାରେ ଭଲ ହୋଇଯିବ ରୋଗ।

ଜୀବନ ନେଇପାରେ ମୋମୋ, ଏମ୍ସ ଦେଲା ଚେତାବନୀ।

ବ୍ରାଉନ୍‌ ବ୍ରେଡ ବନାମ ହ୍ୱାଇଟ୍‌ ବ୍ରେଡ୍‌: କେତେ ଭଲ କେତେ ଖରାପ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!