ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, ବିକଶିତ ଭାରତ ପାଇଁ ଲୋଡ଼ିଲେ ସମର୍ଥନ
ନୂଆଦିଲ୍ଲୀ:(ଏଜେନ୍ସି) ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଲୋକଙ୍କୁ ଏକ ଖୋଲା ଚିଠି ଲେଖୁଛନ୍ତି। ଏଥିରେ ମୋଦୀ ଏକ ବିକଶିତ ଭାରତ ଗଠନ ପାଇଁ ସମର୍ଥନ ଲୋଡିଛନ୍ତି । ମୋଦୀ ଏଥ୍ରେ ଲେଖୁଛନ୍ତି, ଆମ ସହ ଆପଣଙ୍କ ସହଭାଗିତା ଏକ ଦଶକ ପୂରଣ କରିବା ଦ୍ବାରଦେଶରେ ରହିଛି । ୧୪୦ କୋଟି ଭାରତୀୟଙ୍କ ବିଶ୍ବାସ ଏବଂ ସମର୍ଥନ ମୋତେ ପ୍ରେରଣା ଦିଏ |ମୋଦୀ ଲେଖୁଛନ୍ତି – ଆପଣଙ୍କ ଭରସା ଏବଂ ସମର୍ଥନ ବଳରେ ଆମେ ଜିଏସଟି ଲାଗୁ କରିବା ଠାରୁ ଆରମ୍ଭ କରି ଧାରା ୩୭୦ ଉଚ୍ଛେଦ, ଟ୍ରିପଲ ତଲାକ ଉପରେ ନୂଆ ନିୟମ, ସଂସଦରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନାରୀ ଶକ୍ତି ବନ୍ଦନ ଆଇନ ଭଳି ଅନେକ ଐତିହାସିକ ତଥା ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ।ମୋଦୀ କହିଛନ୍ତି- ଆମ ଦେଶ ଉଭୟ ପରମ୍ପରା ଏବଂ ଆଧୁନିକତାକୁ ଏକାଠି କରି ଆଗକୁ ବଢ଼ୁଛି। ଗତ ଦଶନ୍ଧିରେ ପରବର୍ତ୍ତୀ ପୀଢିର ଭିତ୍ତିଭୂମିର ଅଭୁତପୂର୍ବ ନିର୍ମାଣ ହୋଇଥିବାବେଳେ ଆମର ଜାତୀୟ ତଥା ସାଂସ୍କୃତିକ ରୂପରେଖରେ ମଧ୍ୟ ପରିବର୍ତନ ଆସିଛି । ଆଜି ପ୍ରତ୍ୟେକ ନାଗରିକ ଗର୍ବିତ ଯେ ଦେଶ ଆଗକୁ ବଢୁଥିବା ବେଳେ ଏହା ମଧ୍ୟ ଏହାର ସମୃଦ୍ଧ ସଂସ୍କୃତିକୁ ପାଳନ କରୁଛି।
ପ୍ରଧାନମନ୍ତ୍ରୀ ଆହୁରି ଲେଖୁଛନ୍ତି- ଏହା ଆପଣଙ୍କର ସମର୍ଥନ ଯାହା ସହାୟତାରେ ମୋତେ ଦେଶର ମଙ୍ଗଳ ପାଇଁ ନିଭୀକ ନିଷ୍ପତ୍ତ ନେବା, ମହତ୍ବାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିବା ଓ ତାହା ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ଶକ୍ତି ପ୍ରଦାନ କରେ। ଏକ ବିକଶିତ ଭାରତ ଗଠନ କରିବାର ସଂକଳ୍ପ ପୂରଣ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ଏଥିପାଇଁ ମୁଁ ଆପଣଙ୍କ ବିଚାର, ପରାମର୍ଶ ଏବଂ ସମର୍ଥନକୁ ଅପେକ୍ଷା କରିବି ।