ସମାଜ ଆମଠାରୁ ବହୁତ୍ କିଛି ଆଶାକରେ

ସମାଜ ଆମଠାରୁ ବହୁତ୍ କିଛି ଆଶାକରେ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ସମାଜସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ଜଟଣୀ ଗାନ୍ଧୀନଗର ଅଞ୍ଚଳର ଜୟକୃଷ୍ଣ ନାୟକ ଓ ତାଙ୍କ ସହ ଧର୍ମିଣୀ କାଞ୍ଚନ ବାଳା ନାୟକ ଗରୀବ ଲୋକଙ୍କ ସାଥୀ ଭାବରେ ବେଶ୍ ପରିଚିତ ନିଜର ଦୃଢ଼ ଇଚ୍ଛଶକ୍ତି ଓ ଉଦ୍ୟମ ବଳରେ ସେ ସମସ୍ତଙ୍କ ନିକଟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସ୍ରୁଷ୍ଟି କରିପାରିଛନ୍ତି। ପେଶା ଓ ନିଶାକୁ ଏକତ୍ର କରି ଗରୀବ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରଥମ କାର୍ଯ୍ୟ କରୋନା ମହାମାରୀ ସମୟରେ ରାସ୍ତା କଡ଼ରେ ରହୁଥିବା ଅସହାୟ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ସହିତ, ମେଡ଼ିସିନ, ଚବନପ୍ରାସ, ଭିଟାମିନ ସି ଟାବଲେଟ, ହର୍ଲିକ୍ସ, ଲୁଗାପଟା, ଇତ୍ୟାଦି ବହୁ ଅସହାୟ ଲୋକଙ୍କୁ ସେବା ଯୋଗାଇଛନ୍ତି। ମହିଳାଙ୍କ ମାସିକଧର୍ମ ସମୟରେ ସ୍ୱଚ୍ଛତା ଉପରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି।

ସାନିଟାରୀ ନାପକିନ ବଣ୍ଟନ କରୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାକୁ ସେ ପସନ୍ଦ କରନ୍ତି ଏବଂ ଗଭୀର ଇଚ୍ଛାଶକ୍ତି ଆଗରେ ପ୍ରତିରୋଧ ଗୌଣ ହୋଇଯାଏ ବୋଲି ସେ ବିଶ୍ଵାସ କରନ୍ତି। ଦରିଦ୍ର ଜନସାଧାରଣଙ୍କ ସେବାହିଁ ତାଙ୍କୁ ଆତ୍ମତୃପ୍ତି ଦେଇଛି ବୋଲି ସେ କହନ୍ତି। ଦେବଦୂତ ସାଜି ସହାୟତାର ହାତ ବଢାଇଲେ ଦମ୍ପତି ଆଶା କିରଣ ହୋମ ବାଛରା,ଜଟଣୀରେ ପହଞ୍ଚି ଶ୍ରୀମତୀ କାଞ୍ଚନ ବାଳା ନାୟକ ରାସନ୍ ସାମଗ୍ରୀ ଦେବା ସହ ଖୁସିରେ କିଛି ଅର୍ଥରାଶି ପ୍ରଦାନ କରିବା ସହିତ ସଂସ୍ଥାର ମୂଖ୍ୟ ହୋଚିମିନ ଶାସ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଦୀର୍ଘବର୍ଷର ସମାଜସେବା କରି କାହା ଆଗରେ ନିଜର ଭଲ ଗୁଣର ପ୍ରକାଶ କରିବାକୁ ସେ ଭଲ ପାଆନ୍ତି ନାହିଁ। ନିଜ ସହ ଧର୍ମିଣୀ କାଞ୍ଚନ ବାଳାଙ୍କ ସହିତ ଆଗେଇ ଚାଲିଛନ୍ତି ସମାଜସେବା କାର୍ଯ୍ୟରେ ସେ ବୃଦ୍ଧ ଅବସ୍ଥାରେ ଥାଇ ମଧ୍ୟ ତାଙ୍କର କାର୍ଯ୍ୟ ଧାରାକୁ ଲକ୍ଷ୍ୟକଲେ ସେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ କୁହନ୍ତି ଦୁଃଖୀର ମୁହଁରେ ହସ ଫୁଟିଲେ କିମ୍ବା କୌଣସି ସମସ୍ୟାର ସମାଧାନ ହେଲେ ଲୋକଙ୍କ ମୁହଁରେ ଯେଉଁ ହସଟିକେ ଦେଖିବାକୁ ପାଏ ତାହାହିଁ ମୋତେ ପ୍ରେରଣା ଯୋଗାଇଛି। ଏଭଳି ପଦକ୍ଷେପ ହାତକୁ ନେଉଥିବାରୁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!