ସମ୍ଭାବନା ପରିବାରକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ସମ୍ଭାବନା ପରିବାରକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ)ବିଶ୍ଵ ପରିବେଶ ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ୫ ତାରିଖରେ ରାଜ୍ୟ ସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଭୁବନେଶ୍ୱର ଲୋକସେବା କନଭେନସନ ହଲରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ରାଜ୍ୟର ୩୦ ଜିଲ୍ଲାର ୧୭୩ ଟି ସମାଜିକ ଅନୁଷ୍ଠାନ ମାନଙ୍କୁ ସାର୍ଟିଫିକେଟ୍ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ଜଟଣୀ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାରକୁ ଏହି ସମ୍ମାନଜନକ ପୁରସ୍କାର ପ୍ରାପ୍ତ ହୋଇଅଛି l ଏତଦବ୍ୟତୀତ ବିଶ୍ଵ ପରିବେଶ ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମୋ ଜଟଣୀ ପାର୍କ ନିକଟରେ ଜନସାଧାରଣ ମାନଙ୍କୁ ପରିବେଶ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ସଚେତନତା କରାଯିବା ସହିତ କିଛି ଚାରା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତା, ସମ୍ପାଦକ ଦେବପ୍ରସାଦ ଦାଶ, ଲୁସେନ୍ ରାୟ, ଆଇନ୍ ପରାମର୍ଶଦାତା ଅକ୍ଷୟ କୁମାର ଦାସ, କୋଷାଧ୍ଯକ୍ଷ ନିରୂପମା ସ୍ୱାଇଁ, ସଂଗଠନ ସମ୍ପାଦକ ଦିଲୀପ ସିଂ, ସଞ୍ଜୟ ବରିସଲ, ସହ ସମ୍ପାଦକ ଅମୀନ ରାଉତ, ଶରତ କୁମାର ରେଡ୍ଡୀ, ମମତା ବେହେରା, ଉପସଭାପତି ଅବଦୁଲ ସତ୍ତାର, କିନ୍ନର ସଂଘର ଅଧ୍ୟକ୍ଷା ନମିତା ପରିଡ଼ା, ପ୍ରଗତି ପରିଷଦ ସଭାପତି ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!