ସାମାନ୍ୟ ଯୁକ୍ତିତର୍କକୁ ନେଇ ନିଜ ସ୍ତ୍ରୀକୁ କୋଦାଳରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ।

ସାମାନ୍ୟ ଯୁକ୍ତିତର୍କକୁ ନେଇ ନିଜ ସ୍ତ୍ରୀକୁ କୋଦାଳରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ।

ବୌଦ୍ଧ:(କାଞ୍ଚନଟିଭି) ପାରିବାରିକ କଳହର କରୁଣ ପରିଣତି ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଜହ୍ନାପଙ୍କ ଫାଣ୍ଡି ଚନ୍ଦ୍ରପୁର ଗାଁରେ । ସାମାନ୍ୟ ଯୁକ୍ତିତର୍କକୁ ନେଇ ନିଜ ସ୍ତ୍ରୀକୁ କୋଦାଳରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ। ମୃତ ମହିଳାଙ୍କ ନାଁ କନକ ପ୍ରଧାନ ବୋଲି ଜଣାପଡ଼ିଛି । ଘଟଣାପରେ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ, ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ସ୍ତ୍ରୀ କନକ ପ୍ରଧାନ ସହିତ କୌଣସି ଏକ କଥାକୁ ନେଇ ବଚସା କରିଥିଲେ । ପରେ ପରେ ଉଭୟଙ୍କ ଝଗଡା ଚରମ ସୀମାରେ ପହଞ୍ଚିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଘରେ ଥିବା ଏକ କୋଦାଳ ସାହାଯ୍ୟରେ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ମାରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!