ସାମ୍ବାଦିକ ଦକ୍ଷ ,ନିର୍ଭୀକ ଓ ସାହସୀ ହେଲେ ସୁନାର ସମାଜ ଗଠନ ହୋଇପାରିବ
ପାରାଦ୍ଵୀପ(କାଞ୍ଚନଟିଭି/ସୌମ୍ୟ ରଞ୍ଜନ ସାହୁ): ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ (ଆଇଓୟୁଡବ୍ଲ୍ୟୁଜେ )ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲ୍ୟୁଜେ) , ଓଡ଼ିଶା ପକ୍ଷରୁ ପାରାଦ୍ଵୀପ ଜୟଦେବ ସଦନ ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଓ ୮ମ ପ୍ଲାନେରୀ ସେସନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟର ସମ୍ପାଦକ ଡି.ପି ଏନ୍. ବାହେକର ଉଦଘାଟନ କରିଥିଲେ ଓ ଏହି ସମ୍ମିଳନୀର ସଫଳତା କାମନା କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଅରୁଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାମ୍ବାଦିକମାନେ ଦକ୍ଷ, ନିର୍ଭୀକ ଓ ସାହସୀ ହେଲେ ସୁନାର ସମାଜ ଗଠନ ହୋଇପାରିବ। ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକମାନେ ଆକ୍ରୋଶର ଶୀକାର ହେଉଛନ୍ତି ଓ ଅନେକ କ୍ଷେତ୍ରରେ ସେମାନଙ୍କ ସୁରକ୍ଷା ମଧ୍ଯ ବିପର୍ଯ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ସେମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ମଧ୍ଯ ରହିଛି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସାମ୍ବାଦିକମାନେ ସଙ୍ଘବଧ ହେବାକୁ ସେ ଆହ୍ବାନ ଜଣାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଆଇଓୟୁଡବ୍ୟୁଜେର ସର୍ବଭାରତୀୟ ସଭାପତି ଡ ପୀତବାସ ମିଶ୍ର ଅଧ୍ୟକ୍ଷତା କରିବା ସହି ସାମ୍ବାଦିମାନଙ୍କୁ ସାମାଜିକ ନିରାପତ୍ତା ଓ ପେନସନ ଯୋଗାଇ ଦେବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓୟୁଡବ୍ଲୁଜେର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ବରିଷ୍ଠ ସାମ୍ବାଦିକ ତଥା ଲେଖକ ଡ ମହେଶ୍ୱର, ଭୁବନେଶ୍ଵର ୟୁନିଟ ସଭାପତି କିଶୋର ଚନ୍ଦ୍ର ମଙ୍ଗରାଜ,ବିଶ୍ଵବାଣୀ ସମ୍ପାଦକ ତପନ ମହରନ୍ୟ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ ଓ ହରିଶ୍ଚନ୍ଦ୍ର ଲେଙ୍କା ସଂଯୋଜନା କରିଥିଲେ। ଏହି ଅବସରରେ ପିପିଟିର ଚେୟାରମ୍ୟାନଙ୍କ ପିଏସ ମୃତୁଞ୍ଜୟ ମିଶ୍ର ଓ ପିପିଟି ସଞ୍ଚାର ବିଭାଗ ମୁଖ୍ୟ ରତିକାନ୍ତ ନାୟକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲଲେଖନୀୟ ଅବଦାନ ଥିବା ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ଚିକିତ୍ସକ ଓ ଅନ୍ୟାନ୍ୟ ବ୍ୟକ୍ତିତ୍ଵକୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାରାଦ୍ଵୀପ ୟୁନିଟର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସ୍ବାଇଁ ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା କ୍ଷ ଦ୍ଵିତୀୟ ପର୍ଯ୍ୟାୟରେ ୟୁନିୟନର ସାଂଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରାଯାଇ କେତେକ ପ୍ରସ୍ତାବ ଗୃହୀତ ହୋଇଥିଲା। ଅପରାହ୍ନରେ ପାରାଦ୍ଵୀପ ବସ୍ ଷ୍ଟାଣ୍ଡ ଛକଠାରୁ ସାମ୍ବାଦିକମାନଙ୍କ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଥାନା ଛକ ଦେଇ ବସ ଷ୍ଟାଣ୍ଡକୁ ପ୍ରତ୍ୟାବର୍ତ୍ତନ କରିଥଲା। ଏହି ଅବସରରେ ସାମ୍ବାଦିମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ ଓ ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।